
ନୂଆଦିଲ୍ଲ,28/11 : ସାଂସଦ ତଥା ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିଓ୍ବାରୀଙ୍କୁ ସମନ । ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପକ୍ଷରୁ ଦାୟର କରାଯାଇଥିବା ମାନହାନି ମୋକଦ୍ଦମା ମାମଲାରେ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିଓ୍ବାରୀ ଏବଂ ଅନ୍ୟ 5 ଜଣଙ୍କୁ କୋର୍ଟଙ୍କ ପକ୍ଷରୁ ସମନ କରାଯାଇଛି । ସିସୋଦିଆଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି ସହକାରୀ ମେଟ୍ରପଲିଟାନ୍ ମାଜିଷ୍ଟ୍ରେଟ୍ ବିଶାଲ ପାହୁଜା କରିଥିଲେ । ତିଓ୍ବାରୀଙ୍କ ସମେତ ସାଂସଦ ହଂସ ରାଜ ହଂସ, ପ୍ରବେଶ ବର୍ମା, ହରିଶ ଖୁରାନା ଏବଂ ଦୁଇ ବିଧାୟକ ଶୀର୍ଷା ସିଂ ଏବଂ ବିଜେନ୍ଦର ଗୁପ୍ତାଙ୍କୁ କୋର୍ଟରେ ହାଜର ହେବା ପାଇଁ ନୋଟିସ୍ ଜାରି କରାଯାଇଛି । ଡିସେମ୍ବର 18ରେ କୋର୍ଟରେ ହାଜର ହେବାପାଇଁ କୋର୍ଟଙ୍କ ପକ୍ଷରୁ ସମନ ଜାରି କରାଯାଇଛି ।