Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରର ୪୦ ହଜାର କୋଟି ଟଙ୍କା ବଞ୍ଚାଇବା ପାଇଁ ୮୦ ଘଣ୍ଟାର ମୁଖ୍ୟମନ୍ତ୍ରୀ ହୋଇଥିଲେ ଦେବେନ୍ଦ୍ର :  ବିଜେପି ସାଂସଦ ଅନନ୍ତ ହେଗେଡ୍‌
ଆଜିର ଖବର

କେନ୍ଦ୍ରର ୪୦ ହଜାର କୋଟି ଟଙ୍କା ବଞ୍ଚାଇବା ପାଇଁ ୮୦ ଘଣ୍ଟାର ମୁଖ୍ୟମନ୍ତ୍ରୀ ହୋଇଥିଲେ ଦେବେନ୍ଦ୍ର :  ବିଜେପି ସାଂସଦ ଅନନ୍ତ ହେଗେଡ୍‌

December 2, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମହାରାଷ୍ଟ୍ର, ୨/୧୨: ମହାରାଷ୍ଟ୍ରରେ ଏବେ ଶିବସେନାର ପ୍ରମୁଖ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେବେ ଚଳିତ ବିଧାନସଭା ନିର୍ବାଚନ ପରେ ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ଘଟଣାକ୍ରମ ବେଶ୍‌ ଉତ୍ସୁକତା ରହିଥିଲା । ଉଦ୍ଧବଙ୍କ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନଭୀସ୍‌ ୮୦ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ରାତିଅଧିଆ ମୁଖ୍ୟମନ୍ତ୍ରୀ ହେବା ଓ ଫ୍ଲୋର୍‌ ଟେଷ୍ଟ ପୂର୍ବରୁ ସମର୍ପଣ କରାଯିବାକୁ ନେଇ ରାଜନୈତିକ ମହଲରେ ବେଶ୍‌ ହଟଚମଟ ସୃଷ୍ଟି ହୋଇଥିଲା । ଦେବେନ୍ଦ୍ର ଫଡ୍‌ନଭୀସ୍‌ ମାତ୍ର ୮୦ ଘଣ୍ଟା ପାଇଁ କ’ଣ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେନେଇ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରୁଥିଲା ।  ତେବେ ଏହି ପ୍ରଶ୍ନର ସମାଧାନ କରିଛନ୍ତି ବିଜେପିର ଜଣେ ବରିଷ୍ଠ ନେତା ଅନନ୍ତ ହେଗେଡ୍‌ ।

ହେଗେଡ୍‌ ଏହି ଘଟଣାର ଖୁଲାସା କରି କହିଛନ୍ତି ଯେ, କେନ୍ଦ୍ରର ୪୦ ହଜାର କୋଟି ଟଙ୍କାର ପାଣ୍ଠିକୁ ବଞ୍ଚାଇବା ଲାଗି ଦେବେନ୍ଦ୍ର ଫଡ୍‌ନଭୀସ୍‌ ୮୦ ଘଣ୍ଟାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଗେଡ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପଇସା ଉପରେ ଶିବସେନା-ଏନ୍‌ସିପି- କଂଗ୍ରେସର ଖରାପ ନଜର ରହିଥିଲା । ୮୦ ଘଣ୍ଟାର ମୁଖ୍ୟମନ୍ତ୍ରୀ ହୋଇ ଦେବେନ୍ଦ୍ର ଏହି ପଇସାର ସଠିକ୍‌ ଉପଯୋଗ କରିଛନ୍ତି ।  ଦେବେନ୍ଦ୍ର ମୁଖ୍ୟମନ୍ତ୍ରୀ ଶପଥ ନେଇ ୧୫ ଘଣ୍ଟା ମଧ୍ୟରେ ସେହି ସମସ୍ତ ୪୦ ହଜାର କୋଟି ଟଙ୍କାକୁ କେନ୍ଦ୍ର ସରକାରକୁ ଫେରାଇ ଦେଇଛନ୍ତି ।  ହେଗ୍‌ଡେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିକଟରେ କେନ୍ଦ୍ରର ୪୦ ହଜାର କୋଟି ଟଙ୍କା ଥିଲା। ଯଦି କଂଗ୍ରେସ, ଏନସିପି ଏବଂ ଶିବସେନା କ୍ଷମତାକୁ ଆସିଥାନ୍ତେ, ତେବେ ସେମାନେ ୪୦ ହଜାର କୋଟି ଟଙ୍କାର ଦୁରୁପୋଯୋଗ କରିଥାନ୍ତେ। ଏହି କାରଣରୁ କେନ୍ଦ୍ର ସରକାର ଉକ୍ତ ଅର୍ଥକୁ କିପରି ବିକାଶ କାର୍ଯ୍ୟରେ ବ୍ୟବହାର କରିପାରିବେ ସେଥିଲାଗି ଏପରି ନାଟକ କରାଗଲା। ବିଜେପି ଏହି ଯୋଜନା ବହୁ ଆଗରୁ କରିଥିଲା। ସେଥିପାଇଁ ଏପରି ନାଟକ କରିବାକୁ ଯୋଜନା କରାଯାଇଥିଲା। ଫଡନଭୀସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ। ଏହାର ୧୫ ଘଣ୍ଟା ମଧ୍ୟରେ ସେ ୪୦ ହଜାର କୋଟି ଟଙ୍କାକୁ ସେହି ସ୍ଥାନରେ ପହଞ୍ଚାଇଦେଲେ ଯେଉଁଠାରୁ​‌ ତାହା ଆସିଥିଲା। ଏଭଳି ଭାବେ ଫଡନଭୀସ ସମସ୍ତ ଟଙ୍କା କେନ୍ଦ୍ର ଫେରାଇ ତାହାକୁ ରକ୍ଷା କଲେ ବୋଲି ହେଗ୍‌ଡେ କହିଛନ୍ତି।

ସୂଚନାଯୋଗ୍ୟ,  ଚଳିତ ମହାରାଷ୍ଟ୍ର ବିଧାନସଭାରେ ଶିବସେନା-ବିଜେପି ମିଳିତ ଭାବରେ ନିର୍ବାଚନକୁ ଓହ୍ଲାଇ ଜନାଦେଶ ପାଇଥିବାବେଳେ ଆସନ ଭାଗବଣ୍ଟାକୁ ନେଇ ଦୁଇ ଦଳଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏବଂ ପରିଶେଷରେ ମହାରାଷ୍ଟ୍ରରେ ଶିବସେନା-ଏନ୍‌ସିପି – କଂଗ୍ରେସ ମିଳିତ ଭାବରେ ମେଣ୍ଟ ସରକାର ଗଠନ କରିଛନ୍ତି । (ଏଜେନ୍ସି)

debendrafardnavis uddhabthackeray
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଇନୋଭେଟସର ‘ଇଣ୍ଡଷ୍ଟ୍ରି ଲିଡର୍ସ ରାଉଣ୍ଡଟେବୁଲ’ରେ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତା

May 14, 2026

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026
Latest News

ଭାରତ ଇନୋଭେଟସର ‘ଇଣ୍ଡଷ୍ଟ୍ରି ଲିଡର୍ସ ରାଉଣ୍ଡଟେବୁଲ’ରେ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତା

May 14, 2026

ପିପିପି ମୋଡରେ ନାଗପୁର ଅନ୍ତର୍ଜାତୀୟ ବିମାନବନ୍ଦର ଉନ୍ନତିକରଣକୁ କ୍ୟାବିନେଟ୍ ମଞ୍ଜୁରୀ

May 14, 2026

ଆଜି ମଇ ୧୪ ତାରିଖ ବୁଧବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

May 14, 2026

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.