
ସମୀକ୍ଷା ବ୍ୟୁରୋ
ଜଳେଶ୍ବର,11/12 : ଜଳେଶ୍ବରର କୁଖ୍ୟାତ ନିଶା ବେପାରୀ ମୁନ୍ନା ଖାଁ ପୋଲିସକୁ ଚକ୍ମା ଦେଇ ଖସି ଯାଇଛି । ତେବେ ମୁନ୍ନା ଘରୁ ପୋଲିସ୍ 31 ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ କରିବା ସହିତ ତାର ମା‘କୁ ଗିରଫ କରିଛି । ଓଡିଶା ଏବଂ ପଶ୍ଚିମବଙ୍ଗରେ ମୁନ୍ନା ନାଁରେ 40ରୁ ଏକାଧିକ ମାମଲା ରହିଥିବା ବେଳେ ଶାସନବାଡ ସ୍ଥିତ ଗାଁରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢାଉରେ ମୀର ରାହତ ଅଲ୍ଲୀ ଖାଁ ଓରଫ୍ ମୁନ୍ନା ଖସି ଯାଇଥିବା ବେଳେ ଅବକାରୀ ବିଭାଗ 310 ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଥିଲା । ଜବତ ବ୍ରାଉନ୍ ସୁଗାରର ଅନ୍ତର୍ଜାତୀୟ ମୂଲ୍ୟ ପ୍ରାୟ 31 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।