
କଲିକତା,13/12 : ନାଗରିକତ୍ବ ବିଲ୍କୁ ଦେଶର ଉତ୍ତର ପୂର୍ବୀୟ ପ୍ରାନ୍ତରେ ବିରୋଧ କରାଯାଉଥିବା ବେଳେ ପଶ୍ଚିମବଙ୍ଗରେ ଏହା ବିରୋଧରେ ଏକ ମେଗା ରାଲିର ଆହ୍ବାନ ଦେଇଛନ୍ତି ମମତା ବାନାର୍ଜୀ । ଏହି ବିଲ୍କୁ ନେଇ ପୂର୍ବରୁ ଆସାମ ,ତ୍ରିପୁରା ଏବଂ ମେଘାଳୟରେ ଆନ୍ଦୋଳନ ଜାରି ରହିଥିବା ବେଳେ ମମତା ନିଜକୁ ଏହି ଧାରାରେ ସାମିଲ କରିଛନ୍ତି । ଏହି ସଂଶୋଧନ ବିରୋଧରେ ଏକାଧିକ ରାଲି କରିବାକୁ ଯାଉଛନ୍ତି ମମତା । ଏହି ବିଲ୍ ଦେଶର ବିଭାଜନ କରିଦେବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ. ସଂସଦର ଉଭୟ ଗୃହରେ ପାରିତ ହେବା ପରେ ଗୁରୁବାର ରାତିରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ବିଲ୍ ଆଇନରେ ପରିଣତ ହୋଇଛି । (ଏଜେନ୍ସୀ)