Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରକାଶ ପାଇଲା ବିଜେଡିର ସାଙ୍ଗଠନିକ ନିର୍ବାଚନୀ କାର୍ଯ୍ୟସୂଚୀ : 5ଟି ପର୍ଯ୍ୟାୟରେ ହେବ ନିର୍ବାଚନ
ଆଜିର ଖବର

ପ୍ରକାଶ ପାଇଲା ବିଜେଡିର ସାଙ୍ଗଠନିକ ନିର୍ବାଚନୀ କାର୍ଯ୍ୟସୂଚୀ : 5ଟି ପର୍ଯ୍ୟାୟରେ ହେବ ନିର୍ବାଚନ

December 20, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,20/12 : ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଦଳର ସାଙ୍ଗଠନିକ ନିର୍ବାଚନ ନେଇ ଘୋଷଣା କରାଯାଇଛି । ବିଜୁ ଜନତା ଦଳର ନିର୍ବାଚନ ଅଧିକାର ପ୍ରତାପ ଦେବ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନୀ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଚଳିତ ଡିସେମ୍ବର 27ରୁ ଫେବୃୟାରୀ 18 ପର୍ଯ୍ୟନ୍ତ ଏହି ନିର୍ବାଚନ ଅନୁଷ୍ଠିତ ହେବ । 5ଟି ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଶ୍ରୀ ଦେବ ସୂଚନା ଦେଇଛନ୍ତି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପଞ୍ଚାୟତ ଓ ୱାର୍ଡ ସ୍ତରରେ ଡିସେମ୍ବର 27ରୁ ଜାନୁୟାରୀ 13 ମଧ୍ୟରେ ଅନୁଷ୍ଠିତ ହେବ । ଏହି ନିର୍ବାଚନରେ ଗ୍ରାମ ପଞ୍ଚାୟତ ସଭାପତି, କମିଟି ସଭ୍ୟ ଓ ନଗରାଞ୍ଚଳ ଓ୍ବାର୍ଡ ସଭାପତି ଘୋଷଣା କରାଯିବ । ବ୍ଲକ ସ୍ତରରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଜାନୁୟାରୀ 14ରୁ ଜାନୁୟାରୀ 29 ତାରିଖ ଯାଏଁ ଅନୁଷ୍ଠିତ ହେବ । ବ୍ଲକ୍ କମିଟି ସଭ୍ୟ, ଏନଏସି ସଭାପତି, ଏନ୍‌ଏସି କମିଟି ସଭ୍ୟ ସହିତ ମ୍ୟୁନିସିପାଲିଟି କମିଟି ସଭ୍ୟ, ମହାନଗର ନିଗମ ସଭାପତି ଏବଂ ମ୍ୟୁନିସିପାଲିଟି କମିଟି ସଭ୍ୟଙ୍କ ନିର୍ବାଚନ କରାଯିବ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ଜାନୁୟାରୀ 30ରୁ ଫେବୃୟାରୀ 15 ପର୍ଯ୍ୟନ୍ତ ଚାଲିବ । ଜିଲ୍ଲା ସଭାପତିଙ୍କ ସହ ଜିଲ୍ଲା କମିଟି ସଭ୍ୟ ଏହି ପର୍ଯ୍ୟାୟରେ ନିର୍ବାଚିତ ହେବେ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଫେବୃୟାରୀ 16ରୁ 18ତାରିଖ ଯାଏଁ ଅନୁଷ୍ଠିତ ହେବ । ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟ କାର୍ଯ୍ୟକାରିଣୀ ନିର୍ବାଚନ ହେବ । ଫେବୃୟାରୀ 23ରୁ 26 ପର୍ଯ୍ୟନ୍ତ ଅନ୍ତିମ ବା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନରେ ରାଜ୍ୟ କାର୍ଯ୍ୟକାରୀ କମିଟି ଓ ସଭାପତି ଚୟନ ହେବେ ।

BJD pratapdev
Share. Facebook Twitter LinkedIn Email WhatsApp Copy Link

Related Posts

ଅଭିନେତା ବିଜୟଙ୍କ ଭଙ୍ଗିବ ପ୍ରାୟ ୨୭ ବର୍ଷର ବୈବାହିକ ସମ୍ପର୍କ?: ଛାଡପତ୍ର ପାଇଁ ଆବେଦନ କଲେ ପତ୍ନୀ

February 27, 2026

୨୦୦୨ ଏବଂ ୨୦୨୫ ଭୋଟର ତାଲିକାର ଏସଆଇଆର ମ୍ୟାପିଂ

February 27, 2026

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

February 27, 2026

ମା’ଭଗବତୀଙ୍କ ଦୋଳପର୍ବ ଆରମ୍ଭ: ଚ଼ନ୍ଦ୍ରଗ୍ରହଣ ଯୋଗୁଁ ପୂର୍ଣ୍ଣମୀ ନୀତିକାନ୍ତିରେ ପରିବର୍ତ୍ତନ

February 27, 2026
Latest News

ଅଭିନେତା ବିଜୟଙ୍କ ଭଙ୍ଗିବ ପ୍ରାୟ ୨୭ ବର୍ଷର ବୈବାହିକ ସମ୍ପର୍କ?: ଛାଡପତ୍ର ପାଇଁ ଆବେଦନ କଲେ ପତ୍ନୀ

February 27, 2026

୨୦୦୨ ଏବଂ ୨୦୨୫ ଭୋଟର ତାଲିକାର ଏସଆଇଆର ମ୍ୟାପିଂ

February 27, 2026

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

February 27, 2026

ମା’ଭଗବତୀଙ୍କ ଦୋଳପର୍ବ ଆରମ୍ଭ: ଚ଼ନ୍ଦ୍ରଗ୍ରହଣ ଯୋଗୁଁ ପୂର୍ଣ୍ଣମୀ ନୀତିକାନ୍ତିରେ ପରିବର୍ତ୍ତନ

February 27, 2026

ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରବୋଧନ ଶିକ୍ଷା ତାଲିମ କେନ୍ଦ୍ର ପରିଦର୍ଶନ

February 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.