Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚେନ୍ନାଇରେ ସିଏଏ ବିରୋଧୀ ଆନ୍ଦୋଳନ : ଡିଏମ୍‌କେ ସହିତ ଯୋଗଦେଲେ ଚିଦାମ୍ବରମ
ଆଜିର ଖବର

ଚେନ୍ନାଇରେ ସିଏଏ ବିରୋଧୀ ଆନ୍ଦୋଳନ : ଡିଏମ୍‌କେ ସହିତ ଯୋଗଦେଲେ ଚିଦାମ୍ବରମ

December 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚେନ୍ନାଇ,23/12 : ଚେନ୍ନାଇରେ ନାଗରିକତ୍ବ ସଂଶୋଧନ ବିରୋଧରେ ଡିଏମ୍‌କେ ପକ୍ଷରୁ ଏକ ମେଗା ରାଲି ଅନୁଷ୍ଠିତ ହୋଇଯାଇଛି । ଡିଏମ୍‌କେର ଏହି ମେଗା ଶୋଭାଯାତ୍ରାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଯୋଗ ଦେଇଛନ୍ତି । ଡିଏମ୍‌କେ ମୁଖ୍ୟ ଏମ୍‌ କେ ଷ୍ଟାଲିନ୍‌ଙ୍କ ନେତୃତ୍ବରେ ଏହି ଶୋଭାଯାତ୍ରା ଚାଲିଥିବା ବେଳେ ଚିଦାମ୍ବରମ ଯୋଗ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଏହି ଆଇନ ବଳରେ ମୁସଲିମ୍‌ ସମ୍ପ୍ରଦାୟ ପ୍ରତିଚ ଅନ୍ୟାୟ କରାଯାଉଛି ବୋଲି ଡିଏମ୍‌କେ ସାଂସଦ କେ କାନିମୋଝି ପ୍ରକାଶ କରିଥିଲେ । ସେହିପରି ଶ୍ରୀଲଙ୍କାରେ ଅବସ୍ଥାନ କରୁଥିବା ତାମିଲ ହିନ୍ଦୁଙ୍କୁ ମଧ୍ୟ ସମାନ ଭାବରେ ନାଗରିକତ୍ବର ସୁଯୋଗ ପ୍ରଦାନ କରାଯିବା ଉଚିତ ବୋଲି କାନିମୋଝି କହିଥିଲେ । ଡିଏମ୍‌କେର ଏହି ଆନ୍ଦୋଳନର ଭିଡିଓ ରେକର୍ଡିଂ କରିବା ପାଇଁ ମାଡ୍ରାସ ହାଇକୋର୍ଟ ରବିବାର ନିର୍ଦ୍ଦେଶ ଦେଇଥିଲେ । ଷ୍ଟାଲିନ ଏବଂ ଚିଦାମ୍ବରମଙ୍କ ବ୍ୟତୀତ ସହଯୋଗୀ ଦଳ ଏମ୍‌ଡିଏମ୍‌କେ ମୁଖ୍ୟ ଭାଇକୋ ଏବଂ ଅନ୍ୟ ବାମପନ୍ଥୀ ଦଳର ନେତୃବୃନ୍ଦ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ଚିଦାମ୍ବରମ ଏହି ଶୋଭାଯାତ୍ରରେ ମୁଖ୍ୟମନ୍ତ୍ରୀ ପଲାନିସାମିଙ୍କୁ ସମାଲୋଚନା କରିଥିଲେ । ଏଆଇଡିଏମ୍‌କେର ସହାୟତା ବିନା ଏହି ବିଲ୍‌ ରାଜ୍ୟସଭାରେ ପାଶ୍‌ ହୋଇପାରିନଥାନ୍ତା ବୋଲି କହିଛନ୍ତି ଚିଦାମ୍ବରମ । (ଏଜେନ୍ସୀ)

chidambaram dmk kkanimojhi mkstalin
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026
Latest News

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.