
ସମୀକ୍ଷା ବ୍ୟୁରୋ
ଭଦ୍ରକ, 23/12: ମୋବାଇଲ ପାଇଁ ଆତ୍ମହତ୍ୟା କରିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବାସୁଦେବପୁର ବ୍ଲକ୍ ପୁରୁଷୋତ୍ତମପୁର ଗାଁରେ। ମାଆ ମୋବାଇଲ ଫୋନ ଦେଖିବାକୁ ମନା କରିବାରୁ ପୁଅ ରଶି ଲଗାଇ ଆତ୍ମହତ୍ୟା କରିଛି। ସୂଚନା ଅନୁଯାୟୀ, ସୋମବାର ମୋବାଇଲ ଦେଖିବାକୁ ନେଇ ମା ଗାଳି ଦେବାରୁ ଦଶମ ଶ୍ରେଣୀର ଛାତ୍ର ଦୀପଙ୍କର ନାୟକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହାକୁ ନେଇ ନାୟକାଣୀଡିହି ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୋଲିସ ତଦନ୍ତ ଜାରି ରହିଛି।