୬୩ ବର୍ଷରେ ଏଭରଗ୍ରୀନ୍‌ ଆକ୍ଟର ଅନୀଲ୍‌ କପୁର୍‌

Published: Dec 24, 2019, 5:07 pm IST

ମୁମ୍ବାଇ, 24/12 : ବଲିଉଡ୍‌ର ଏଭରଗ୍ରୀନ୍‌ ଆକ୍ଟର ଅନୀଲ୍‌ କୁପର୍‌ ଆଜି 63 ବର୍ଷରେ ପଦାର୍ପଣ କରିଛନ୍ତି। ଡିସେମ୍ବର 24 ମୁମ୍ବାଇର ଚେମ୍ପୁର୍‌ଠାରେ ଅନୀଲ୍‌ କପୁର୍‌ ଜନ୍ମ ଗ୍ରହଣ କରିଥିଲେ। 60 ବର୍ଷ ପରେ ବି ବେଶ୍‌ ଫିଟ୍‌ ଅଛନ୍ତି ଏହି ଅଭିନେତା ଜଣକ। ସର୍ବଦା ସନ୍ତୁଳିତ ଡାଏଟ୍‌ ସହ ଦୈନିକ 2ରୁ 3 ଘଣ୍ଟା ପର୍ଯ୍ୟନ୍ତ ଓ୍ବାର୍କଆଉଟ୍‌ କରିଥା’ନ୍ତି ଏହି ଅଭିନେତା ଜଣକ। ଆଉ ମଧ୍ୟ ଲେଟ୍‌ନାଇଟ୍‌ ପାର୍ଟିଠାରୁ ନିଜକୁ ଦୂରେଇ ରଖନ୍ତି ଏହି ଅଭିନେତା ଜଣକ ।

1979 ମସିହାରେ ’ହମାରେ ତୁମାରେ’ରେ ଏକ ଛୋଟ ରୋଲ୍‌ରେ ନଜର ଆସିଥିଲେ ଏହି ଅଭିନେତା ଜଣକ। କିନ୍ତୁ ଲିଡ୍‌ ଆକ୍ଟର ଭାବରେ 1980ରେ ତେଲୁଗୁ ଫିଲ୍ମ ‘ଭମ୍‌ସା  ବୃକୁସମ୍‌’ରେ ନଜର ଆସିଲେ ଅନୀଲ୍‌। ପରବର୍ତ୍ତୀ ସମୟରେ ମଣି ରତ୍ନମ୍‌ଙ୍କ ସହିତ କନ୍ନଡ ଫିଲ୍ମ ‘ପଲ୍ଲବୀ ଆନୁ ପଲ୍ଲବୀ’ରେ ଅଭିନୟ କରିଥିଲେ ଅନୀଲ୍‌। ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ସହଯୋଗୀ କଳାକାରର ଫିଲ୍ମଫେୟାର ଆଓ୍ବାର୍ଡରେ ସମ୍ମାନିତ ହୋଇଥିଲେ ଅନୀଲ୍‌ ।  ପରେ ପରେ ଏନ୍‌ ଚନ୍ଦ୍ରାଙ୍କ ‘ତେଜାବ’ ରେ ଉଲ୍ଳେଖନୀୟ ଅଭିନୟ କରି ପ୍ରଥମ ଫିଲ୍ମଫେୟାର୍‌ ଅଭିନେତାର ପୁରସ୍କାର ପାଇଥିଲେ ଅନୀଲ୍‌ କପୁର୍‌। ପରେ ପରେ ବେଟା, ମେରୀ ଜଙ୍ଗ୍‌, ଯୁଦ୍ଧ, କର୍ମା, ଜାନବାଜ୍‌, ଆପ୍‌ କେ ସାଥ୍‌, ମିଷ୍ଟର ଇଣ୍ଡିଆ, ରାମ ଲଖନ୍‌, ଘର ହୋ ତୋ ଐସା, ଆଓ୍ବାରଗୀ, ବେନାମ ବାଦ୍‌ଶାହ, ଲମ୍‌ହେ, ଲାଡ୍‌ଲା, 1942: ଏ ଲଭ୍‌ ଷ୍ଟୋରୀ, ଜୁଦାଇ, ବିରାସତ୍‌, ତାଲ୍‌, ଲଜ୍ଜା, ନାୟକ୍‌, ରିସ୍ତେ, ବଧାଇ ହୋ ବଧାଇ, ଓ୍ବେଲ୍‌କମ୍‌, ନୋ ଏଣ୍ଟ୍ରି, ପୁକାର୍‌,ରେସ୍‌, ଦିଲ୍‌ ଧଡକନେ ଦୋ, ଏକ୍‌ ଲଡ୍‌କୀ ତୋ ଦେଖି ତୋ ଏସୀ ଲଗୀ, ପରି ଫିଲ୍ମରେ  ଅଭିନୟ କରିଛନ୍ତି । ୮୦-୯୦ ଦଶକରେ ମାଧୁରୀ ଦିକ୍ଷୀତ୍‌ଙ୍କ ସହ ତାଙ୍କ ଯୋଡି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଥିଲା। ଉଭୟଙ୍କ ଯୋଡି ‘ରାମ ଲକ୍ଷ୍ମଣ’, ‘କିଷନ କହ୍ନେୟା’, ‘ବେଟା’ରେ ଦର୍ଶକଙ୍କୁ ବେଶ୍‌ ଛୁଇଁ ପାରିଥିଲା। ସେହିପରି ଶ୍ରୀଦେବୀଙ୍କ ସହ ଅନୀଲ୍‌ଙ୍କ ଫିଲ୍ମଗୁଡ଼ିକ ମଧ୍ୟ ବେଶ୍‌ ହିଟ୍‌ ହୋଇଥିଲା।  କେବଳ ଫିଲ୍ମ ନୁହେଁ, 24 ଟିଭି ସିରିଜ୍‌ରେ ମଧ୍ୟ ଅନୀଲ୍‌ ଅଭିନୟ କରିଛନ୍ତି । ଅନୀଲ୍‌ଙ୍କ ଝିଅ ସୋନମ୍‌ କପୁର୍‌ ଓ ପୁତ୍ର ହର୍ଷବର୍ଦ୍ଧନ କପୁର୍‌ ବଲିଉଡ୍‌ରେ ମଧ୍ୟ ନିଜର କାର୍ଯ୍ୟ ଜାରି ରଖିଛନ୍ତି।

Related posts