
ନୂଆଦିଲ୍ଲୀ,25/12: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ 95ତମ ଜୟନ୍ତୀ ଅବସରରେ ରାଷ୍ଟ୍ରୀ ସ୍ମୃତି ସ୍ଥଳରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା, ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ, ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ତଥା ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତୃବୃନ୍ଦମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ମୋଦି ହିନ୍ଦୀରେ ଏକ ମିନିଟ୍ର ଏକ ଭିଡିଓ ସନ୍ଦେଶ ଟୁଇଟ୍ କରିଛନ୍ତି । ଏହି ଭିଡିଓରେ ମୋଦି କହିଛନ୍ତି ଯେ, ବାଜପେୟୀଙ୍କ ଶବ୍ଦମାନେ ଶକ୍ତିଶାଳୀ ଥିଲେ । କିନ୍ତୁ ତାଙ୍କ ନିରବତା ଅଧିକ ଶକ୍ତିଶାରୀ ରହିଥିଲା। ସେହିପରି ଗୃହମନ୍ତ୍ରୀ ଅମିତ୍ ଶାହା ଏକ ଟୁଇଟ୍ କରି କହିଛନ୍ତି ଯେ, ରାଷ୍ଟ୍ରବାଦୀ ଚିନ୍ତାଧାରା, ତ୍ରୁଟିହୀନ ଛବି ଓ ରାଷ୍ଟ୍ରକୁ ସମର୍ପିତ ଜୀବନ ସହିତ ଅଟଳଜୀ ଭାରତୀୟ ରାଜନୀତିରେ ଏକ ଅମିଳନ ଛାପ ପକାଇଛନ୍ତି । ଅଟଳଜୀଙ୍କ ଜୀବନ ବିଚାରଧାର ଓ ସିଦ୍ଧାନ୍ତ ଉପରେ ଆଧାରିତ ଥିଲା । ତାଙ୍କ ନେତୃତ୍ବରେ ଦେଶ ସୁଶାସନର ସ୍ବାଦ ଚାଖିଥିଲା । (ଏଜେନ୍ସି)