ଝିଅଙ୍କ ବିବାହ ପାଇଁ ଆସାମ ସରକାର ପ୍ରଦାନ କରିବେ 10 ଗ୍ରାମ ସୁନା

Published: Dec 31, 2019, 10:26 am IST

ଗୌହାଟୀ, 31/12 : ଆସନ୍ତା ଜାନୁୟାରୀ 1 ତାରିଖ,2020ରୁ ଆସାମ ସରକାର ଏକ ନୂତନ ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି। ଅରୁନ୍ଧତୀ ଯୋଜନା ନାମକ ଏହି ଯୋଜନା ଅନୁସାରେ ବିବାହ କରୁଥିବା କନ୍ୟାଙ୍କୁ 10 ଗ୍ରାମର ସୁନା ପ୍ରଦାନ କରିବେ। ସରକାରଙ୍କ ପକ୍ଷରୁ ଏହି ଯୋଜନା ଅନୁଯାୟୀ କନ୍ୟାଙ୍କୁ 10 ଗ୍ରାମ୍‌ ସୁନା ଅଥବା 30 ହଜାର ଟଙ୍କା ପ୍ରଦାନ କରାଯିବ। ଏହି ଯୋଜନାରେ ସରକାରଙ୍କୁ ବାର୍ଷିକ 30 ହଜାର କୋଟିର ଅର୍ଥ ଖର୍ଚ୍ଚ କରିବାକୁ ପଡିବ ବୋଲି ଜଣାପଡିଛି। ତେବେ ଏହି ନିୟମ ଅନୁଯାୟୀ ବିବାହ ପାଇଁ ସର୍ବାଧିକ ବୟସ ସୀମାର କୌଣସି ସୀମା ରଖାଯାଇନଥିବା ବେଳେ ସର୍ବନିମ୍ନ ବୟସ ଝିଅଙ୍କ ପାଇଁ 18 ଏବଂ ପୁଅଙ୍କ ପାଇଁ 21 ରହିଛି। ଏହା ସହିତ କେବଳ ଝିଅର ପ୍ରଥମ ବିବାହରେ ଏହି ଅର୍ଥ ପ୍ରଦାନ କରାଯିବ। ବିବାହ ଅଧିନିୟମ ଧାରା 1954 ଅନୁଯାୟୀ ବିବାହ ପଞ୍ଜୀକୃତ ହୋଇଥିଲେ ଏହି ଅର୍ଥ ପ୍ରଦାନ କରାଯିବ। (ଏଜେନ୍ସୀ)

Related posts