2022 ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଂଶଗ୍ରହଣ କରିବ ଭାରତ

Published: Jan 1, 2020, 10:40 am IST

ନୂଆଦିଲ୍ଲୀ,01/01 : ଭାରତୀୟ ଅଲମ୍ପିକ ସଂଘ (ଆଇଓସି) ଶେଷରେ 2022 ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଂଶଗ୍ରହଣ କରିବାର ନିଷ୍ପତ୍ତି ନେଇଛି । ବର୍ମିଂହାମ୍‌ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୋଷ୍ଠୀରେ ସୁଟିଂକୁ ବାଦ ଦିଆଯାଇଥିବାରୁ ଭାରତ ରାଜ୍ୟ ଗୋଷ୍ଠୀ କ୍ରୀଡା ବର୍ଜନର ଧମକ ଦେଇଥିଲା । ଅଲମ୍ପିକ୍ସ ସଂଘ ପକ୍ଷରୁ ମଙ୍ଗଳବାର ବୈଠକ ପରେ ସଂଘର ସମ୍ପାଦକ ରାଜୀବ ମେହେଟ୍ଟା ଏହି ସୂଚନା ଦେଇଛନ୍ତି । ଏହା ସହିତ ମେହେଟ୍ଟା କହିଛନ୍ତି ଭାରତ 2026 ଏବଂ 2030 ରାଜ୍ୟ ଗୋଷ୍ଠୀ କ୍ରୀଡା ଆୟୋଜନ ନିମନ୍ତେ ବିଡ୍‌ ଦାଖଲ କରିବ । ଉଲ୍ଲେଖଯୋଗ୍ୟ ଯେ, ଭାରତ ଏହାର ସର୍ବାଧିକ ପଦକ ସୁଟିଂରୁ ହାସଲ କରିଥାଏ । ଭାରତୀୟ ସଂଘ ପକ୍ଷରୁ ଏନେଇ ସିଡବ୍ଲ୍ୟୁଜେକୁ ଏକ ପତ୍ର ଲେଖାଯାଇଥିବା ଜଣାପଡିଛି । (ଏଜେନ୍ସୀ)

Related posts