ସିଏଏ ହିଂସା : ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ଏସ୍‌ପିର ଘୋଷଣା

Published: Jan 5, 2020, 6:09 pm IST
sapa will be tie with nishad party and others

ଉତ୍ତରପ୍ରଦେଶ, 5/1: ନୂତନ ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶ ସାରା ବିରୋଧ ପ୍ରଦର୍ଶନ ଜାରି ରହିଛି। ଏବେ ଏହି ବିଷୟକୁ ନେଇ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ହିଂସାର ରୂପ ନେଇଥିଲା। ଏହି ଘଟଣାରେ କିଛି ଲୋକଙ୍କ ଜୀବନ ମଧ୍ୟ ଚାଲିଯାଇଛି ।

ଏହାମଧ୍ୟରେ ସମାଜବାଦୀ ଦଳର ଅଧ୍ୟକ୍ଷ ଅଖିଳେଶ ଯାଦବ ଏହି ହିଂସାରେ ମୃତ୍ୟୁବରଣ କରିଥିବା ମହମ୍ମଦ ଓ୍ବକିଲ୍‌ଙ୍କ ପରିଜନଙ୍କ ସହ ସାକ୍ଷାତ କରିଛନ୍ତି। ସମାଜବାଦୀ ଦଳ ଅଧ୍ୟକ୍ଷ କହିଛନ୍ତି ଯେ, ଏହି ହିଂସାରେ ମୃତ୍ୟୁବରଣ କରିଥିବା ପୀଡ଼ିତ ପରିବାରକୁ 5-5 ଲକ୍ଷ ସହାୟତା ରାଶି ଯୋଗାଇଦିଆଯିବ।

ସମାଜବାଦୀ ଦଳ ତରଫରୁ ଏକ ଟୁଇଟରରେ ଏହା ଘୋଷଣା କରାଯାଇଛି। ‘ସମ୍ବିଧାନ ବଞ୍ଚାଇବା ପାଇଁ ସିଏଏ-ଏନ୍‌ଆରସି ବିରୋଧୀ ଆନ୍ଦୋଳନରେ ସରକାରର ବର୍ବରତା ଅତ୍ୟାଚାରରେ ଜୀବନ ଦେଇଥିବା ପୀଡ଼ିତ ପରିବାରଙ୍କୁ ପାଞ୍ଚ ଲକ୍ଷଟଙ୍କାର ସହାୟତା ରାଶି ଦଳ ତରଫରୁ ପ୍ରଦାନ କରାଯିବ। (ଏଜେନ୍ସି)

Related posts