
ମୁମ୍ବାଇ, ଜେଏନ୍ୟୁରେ ହୋଇଥିବା ହିଂସା ଆକ୍ରମଣକୁ ନେଇ ଚାଲିଥିବା ରାଜନୈତିକ ବାକ୍ବିତଣ୍ଡାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଶିବସେନା ପ୍ରମୁଖ ଉଦ୍ଧବ ଠାକ୍ରେ ନିଜର ମତ ରଖିଛନ୍ତି। ଉଦ୍ଧବ ଏହି ଆକ୍ରମଣକୁ 26/11 ମୁମ୍ବାଇ ଆକ୍ରମଣ ସହ ତୁଳନା କରିଛନ୍ତି। ଉଦ୍ଧବ କହିଛନ୍ତି ଯେ, ସମସ୍ତେ ଜାଣିଛନ୍ତି ଯେ ଏହି ଆକ୍ରମଣ ପଛରେ କିଏ ଥିଲେ, ଆଜି ଦେଶର ଯୁବକଙ୍କୁ ବିଶ୍ବାସ କରିବାର ଦରକାର। ଏବେ ଯୁବସମାଜ ଆତ୍ମବିଶ୍ବାସ ହରାଉଛି। ଏବେ ଦେଶରେ ଛାତ୍ର ସମାଜ ପାଇଁ ଭୟର ପରିବେଶ ତିଆରି ହୋଇଛି । ଏହି ସମୟରେ ଆମେ ସମସ୍ତେ ଏକାଠି ହୋଇ ଛାତ୍ର ସମାଜର ଆତ୍ମବିଶ୍ବାସ ବଢାଇବା ଦିଗରେ ସାହାଯ୍ୟ କରିବା ଆବଶ୍ୟକ ବୋଲି ଉଦ୍ଧବ କହିଛନ୍ତି। (ଏଜେନ୍ସି)
Tags: jnuviolence, udhavthakery