Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିବେଶକଙ୍କୁ ଆଶ୍ବସ୍ତି : ସେନସେକ୍ସରେ 400 ପଏଣ୍ଟ ଅଭିବୃଦ୍ଧି
ଆଜିର ଖବର

ନିବେଶକଙ୍କୁ ଆଶ୍ବସ୍ତି : ସେନସେକ୍ସରେ 400 ପଏଣ୍ଟ ଅଭିବୃଦ୍ଧି

January 9, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
sensex crosses 40 thousand mark

ମୁମ୍ବାଇ : ଭାରତୀୟ ସେୟାର ବଜାରରେ ଆଜି ନିବେଶକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଦୁଇଦିନ ଧରି ତଳୁଆ ରହିଥିବା ସେୟାର ବଜାର ଆଜି ଉପରକୁ ଉଠିଛି । ପ୍ରଥମ ଘଣ୍ଟାର ଟ୍ରେଡିଂରେ ସେୟାର ବଜାର 400 ପଏଣ୍ଟ ଉପରକୁ ଉଠିଛି । 437.93 ପଏଣ୍ଟର ଅଭିବୃଦ୍ଧି ସହିତ ସେନସେକ୍ସ 41263 ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀ 132 ପଏଣ୍ଟର ଅଭିବୃଦ୍ଧି ସହିତ 12159 ପଏଣ୍ଟରେ ରହିଛି । ନିଫ୍‌ଟୀ 50 ଏହି ସମୟରେ 1.12 ପ୍ରତିଶତର ଅଭିବୃଦ୍ଧି ସହିତ 9901 ପଏଣ୍ଟରେ ପହଞ୍ଚିଛି । ସର୍ବାଧିକ ଲାଭ ହାସଲକାରୀ କମ୍ପାନୀ ତାଲିକାରେ ରହିଛି ୟେସ୍‌ ବ୍ୟାଙ୍କ । ୟେସ୍‌ ବ୍ୟାଙ୍କର ଅଂଶଧନ ମୂଲ୍ୟରେ 4.01 ପ୍ରତିଶତର ଅଭିବୃଦ୍ଧି ଘଟିଛି । ଉଲ୍ଲେଖଯୋଗ୍ୟ ଯେ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ପରସ୍ଥିତି ସୃଷ୍ଟି ହେବା କାରଣରୁ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଘଟି ସେୟାର ବଜାର ତଳୁଆ ରହିଥିଲା । ଇରାନର ମିସାଇଲ ଆକ୍ରମଣ ପରେ ପରସ୍ଥିତି ଆହୁରି ଗୋଳମାଳିଆ ହେବା ନେଇ ଆଶଙ୍କା ପ୍ରକାଶ ପାଇଥିଲା । ମାତ୍ର ଗତକାଲି ରାତିରେ ଟ୍ରମ୍ପ ସରକାର ଶାନ୍ତି ପ୍ରସ୍ତାବ ଦେବା ପରେ ଏହା ନିବେଶକଙ୍କ ପାଇଁ ଆଶ୍ବସ୍ତିର ବିଷୟ ପାଲଟିଛି । (ଏଜେନ୍ସୀ)

iran nifty nifty50 sensex usa yesbank
Share. Facebook Twitter LinkedIn Email WhatsApp Copy Link

Related Posts

ହଠାତ୍ ବଢିଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ: ଲିଟର ପିଛା ୧୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

April 1, 2026

ଆସନ୍ତା ରବିବାର ଦିନ ଜୀ ସାର୍ଥକରେ ମେଗା ୱାର୍ଲ୍ଡ ପ୍ରିମିୟର ‘ଲାଗେ ପ୍ରେମ ନଜର’ 

April 1, 2026

ଯାଜପୁର ପୋଲିସ୍ ପକ୍ଷରୁ ସରକାରୀ ଚାଟବୋଟ୍ “ଇ-ମିତ୍ର” ଲୋକାର୍ପିତ

April 1, 2026

ଆସନ୍ତା ୩ ଯାଏଁ ରାଜ୍ୟରେ କାଳବୈଶାଖୀର ସମ୍ଭାବନା 

April 1, 2026
Latest News

ହଠାତ୍ ବଢିଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ: ଲିଟର ପିଛା ୧୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

April 1, 2026

ଆସନ୍ତା ରବିବାର ଦିନ ଜୀ ସାର୍ଥକରେ ମେଗା ୱାର୍ଲ୍ଡ ପ୍ରିମିୟର ‘ଲାଗେ ପ୍ରେମ ନଜର’ 

April 1, 2026

ଯାଜପୁର ପୋଲିସ୍ ପକ୍ଷରୁ ସରକାରୀ ଚାଟବୋଟ୍ “ଇ-ମିତ୍ର” ଲୋକାର୍ପିତ

April 1, 2026

ଆସନ୍ତା ୩ ଯାଏଁ ରାଜ୍ୟରେ କାଳବୈଶାଖୀର ସମ୍ଭାବନା 

April 1, 2026

“ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ସମସ୍ତଙ୍କୁ ଗଭୀର ବ୍ୟଥିତ କରିଛି”: ପୃଥ୍ବୀରାଜ ହରିଚନ୍ଦନ

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.