ମୋ’ ସରକାରରେ ସାମିଲ୍‌ ହେଲା ‘ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ବିଭାଗ’

Published: Jan 10, 2020, 7:55 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, ଆଜି ମୋ’ ସରକାରରେ ସାମିଲ୍‌ ହୋଇଛି ’’ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ବିଭାଗ। ଲୋକସେବା ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି।

ରାଜ୍ୟର ସହରାଞ୍ଚଳରେ ଉତ୍ତମ ପାନୀୟ ଜଳ ଯୋଗାଣ ଯୋଗାଇ ଦେବା ସହିତ ସହରାଞ୍ଚଳରେ ରହୁଥିବା ଗରିବ ଲୋକମାନଙ୍କୁ ଜାଗା ମିଶନ୍‌ ଜରିଆରେ ମୌଳିକ ଅଧିକାର ଯୋଗାଇ ଦେବା ପାଇଁ ସ୍ଥିର କରାଯାଇଛି। ଜାଗା ମିଶନ୍‌ ଜରିଆରେ ସହରାଞ୍ଚଳର ପଚାଶ ହଜାର ଲୋକମାନଙ୍କୁ ଥଇଥାନ କରାଯିବା ନେଇ ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଫାଇଭ୍‌ ଟି ସଚିବ ଭିକେ ପାଣ୍ଡିଆନ୍‌, ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଓ ଅନ୍ୟ ସଚିବମାନେ ଉପସ୍ଥିତ ରହିଥିଲେ।

ମୋ’ ସରକାର ଯୋଜନାରେ ପ୍ରଥମେ ଥାନା ଓ ଡାକ୍ତରଖାନା ରହିଥିବାବେଳେ ଆଜି ମୋ’ ସରକାରରେ ଅଧୀନରେ ‘ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗକୁ ସାମିଲ୍‌ କରାଯାଇଛି। ପୂର୍ବରୁ ମୋ’ ସରକାର ଅଧୀନରେ କୃଷି, ଉଚ୍ଚଶିକ୍ଷା ଏବଂ ମହିଳା ଓ ଶିଶୁ ବିକାଶକୁ ମଧ୍ୟ ସାମିଲ୍‌ କରାଯାଇଥିଲା ।

Related posts