ଶସ୍ତା ରାଜନୀତି କରେ ନାହିଁ ବିଏସ୍‌ପି : ମାୟାବତୀ

Published: Jan 11, 2020, 1:02 pm IST

ନୂଆଦିଲ୍ଲୀ : ବହୁଜନ ସମାଜପାର୍ଟି (ବସପା)ର ପ୍ରମୁଖ ମାୟାବତୀ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ଲଗାତାର ଆକ୍ରମଣ କରିଚାଲିଛନ୍ତି । ମାୟାବତୀ ଶନିବାର ଦିନ ଟୁଇଟ୍‌ କରି କହିଛନ୍ତି ଯେ, ବିଏସ୍‌ପି କୌଣସି ମାମଲାରେ କଂଗ୍ରେସ, ବିଜେପି ତଥା ଅନ୍ୟ ଦଳ ପରି ନିଜ ଦୋମୁହିଁ ମାପଦଣ୍ଡ ଆପଣାଇ ଶସ୍ତା ରାଜନୀତି କରେର ନାହିଁ । ଏହି କାରଣରୁ ଆଜି ସାରା ଦେଶରେ ଚାରିଆଡେ ହିଂସା, ଅଶାନ୍ତିର ସ୍ଥିତି ଉପୁଜିଛି ।

ବସପା ଅଧ୍ୟକ୍ଷ କହିଛନ୍ତି ଯେ, ଏପରି ସ୍ଥିତିରେ ଅନ୍ୟ ଦଳମାନଙ୍କ ପରି କଂଗ୍ରେସ ଦଳ ମଧ୍ୟ ନିଜକୁ ବଦଳାଇବାକୁ ଚାହୁଁଛି । ନିକଟରେ କୋଟା ହସ୍ପିଟାଲ୍‌ରେ ଶିଶୁ ମୃତ୍ୟକୁ ନେଇ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି ମାୟାବତୀ । ଏହି ଅବସରରେ ମାୟାବତୀ ପ୍ରିୟଙ୍କାକୁ ଟାର୍ଗେଟ୍‌ କରି କହିଛନ୍ତି, କଂଗ୍ରେସ ନେତା ୟୁପି ଆସିଲେ କୁମ୍ଭୀର କାନ୍ଦଣା କରୁଛନ୍ତି କିନ୍ତୁ ରାଜସ୍ଥାନର ମା’ଙ୍କ ଲୁହ ପୋଛିବାକୁ ଉଚିତ୍‌ ମଣୁନାହାନ୍ତି । (ଏଜେନ୍ସି)

Related posts