Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଲଟିଟି ରେଳ ଦୁର୍ଘଟଣା ପ୍ରସଙ୍ଗ : ତଦନ୍ତ କରିବେ ରେଲଓ୍ବେ ସେପ୍ଟି କମିଶନର
ଆଜିର ଖବର

ଏଲଟିଟି ରେଳ ଦୁର୍ଘଟଣା ପ୍ରସଙ୍ଗ : ତଦନ୍ତ କରିବେ ରେଲଓ୍ବେ ସେପ୍ଟି କମିଶନର

January 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : କଟକ ନିର୍ଗୁଣ୍ଡି ଶାଳଗାଁ ନିକଟରେ ଏଲଟିଟି ଏକ୍ସପ୍ରେସ ଦୁର୍ଘଟଣା ପ୍ରସଙ୍ଗରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହି ଦୁର୍ଘଟଣାର ତଦନ୍ତ ଭାର ରେଲଓ୍ବେ ସେପ୍ଟି କମିଶନରଙ୍କୁ ଦିଆଯାଇଛି ।  ଦକ୍ଷିଣ ପୂର୍ବ ସର୍କଲ ସେପ୍ଟି କମିଶନର ଅଭୟ କୁମାର ରାୟ ଏହି ତଦନ୍ତ କରିବେ । ଆସନ୍ତା 18ରୁ ତଦନ୍ତ ଆରମ୍ଭ କରିବା ନେଇ ପୂର୍ବତଟ ରେଲଓ୍ବେ ସୂଚନା ଦେଇଛି। ରେଳବାଇ ସୁରକ୍ଷା କମିଶନର ଏବଂ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ଏଥିରେ କୁହା ଯାଇଛି ଯେ କେ ୟୁ ଆର ଡିଭିଜନ ଅନ୍ତର୍ଗତ ୧୬ ଜାନୁଆରୀ ୨୦୨୦ ରିଖ ଦିନ ହୋଇଥିବା ମାଲବାହୀ ଟ୍ରେନ ଏବଂ ଏକ୍ସପ୍ରେସ ଟ୍ରେନ ମଧ୍ୟରେ ହୋଇଥିବା ଧକ୍କାର ଅନୁଧ୍ୟାନ ଆସନ୍ତା ୧୮ ଜାନୁଆରୀ ୨୦୨୦ ଦିନ କଟକର ପ୍ଲାଟଫର୍ମ ନିକଟରେ ଥିବା ଅଫିସର ବିଶ୍ରାମ ଗୃହଠାରେ ଦକ୍ଷିଣ ପୂର୍ବାଞ୍ଚଳ ବିଭାଗ , କଲିକତା ର ରେଳବାଇ ସୁରକ୍ଷା କମିଶନର ଶ୍ରୀ ଅଭୟ କୁମାର ରାୟ ଏହି ଘଟଣାର ଅନୁଧ୍ୟାନ କରିବେ।  ଯଦି କୌଣସି ଜନସାଧାରଣ ଉକ୍ତ ଦୁର୍ଘଟଣା ବିଷୟରେ କୌଣସି ତଥ୍ୟ ଏବଂ ପ୍ରମାଣ ଦେବାକୁ ଚାହାନ୍ତି ତେବେ ଅନୁଧ୍ୟାନ ହେବାକୁ ଥିବା ତାରିଖରେ ଅନୁଧ୍ୟାନ ହେବାକୁ ଥିବା ସ୍ଥାନରେ ଉପସ୍ଥିତ ରହିବେ କିମ୍ବା ରେଳବାଇ କମିଶନଙ୍କ ଠିକଣାରେ ଜଣାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

ଆଜି ସକାଳେ ହୋଇଥିବା ନିର୍ଗୁଣ୍ଡିଠାରେ ହୋଇଥିବା ଏଲଟିଟି ରେଳ ଦୁର୍ଘଟଣା ପଛରେ ରେଳ ବିଭାଗର ଅବହେଳା ସାମନାକୁ ଆସିଛି । ରେଳ ବିଭାଗର ଅବହେଳା ଯୋଗୁଁ ଗୋଟିଏ ଟ୍ରାକରେ ଉଭୟ ଏକ୍ସପ୍ରେସ ଟ୍ରେନ ଓ ମାଲ ଗାଡ଼ିକୁ ଯିବାକୁ ଦିଆଯାଇଥିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ଜଣାପଡିଥିଲା । ଏହି ଦୁର୍ଘଟଣାରେ ଟ୍ରେନ୍‌ର 7ଟି ବଗି ଲାଇନଚ୍ୟୁତ ହୋଇଥିବାର ଜଣାପଡିଛି । ଏଥିରେ  20ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ 5 ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ଜଣାପଡିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ରାମ ମନ୍ଦିର ଦାନ ଦୁର୍ନୀତି ମାମଲା: ଅଯୋଧ୍ୟାରେ ପହଞ୍ଚିବ SIT ଦଳ, ୧୫ ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ

June 15, 2026

ପୁଣି ବୈଭବ ସୂର୍ଯ୍ୟବଂଶୀ ଫ୍ଲପ୍: ଶ୍ରୀଲଙ୍କା ଏ ବିପକ୍ଷରେ ଶାନ୍ତ ରହିଲା ବ୍ୟାଟ

June 15, 2026

ନିର୍ମାଣାଧୀନ ପୋଲ ତଳକୁ ଖସି ୨ ଯୁବକଙ୍କ ମୃତ୍ୟୁ

June 15, 2026

ହର୍ମୁଜ୍‌ରୁ ହଟିବ ଅବରୋଧ!, ଆମେରିକା–ଇରାନ ଶାନ୍ତି ଚୁକ୍ତି ଘୋଷଣା କଲେ ଟ୍ରମ୍ପ

June 15, 2026
Latest News

ରାମ ମନ୍ଦିର ଦାନ ଦୁର୍ନୀତି ମାମଲା: ଅଯୋଧ୍ୟାରେ ପହଞ୍ଚିବ SIT ଦଳ, ୧୫ ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ

June 15, 2026

ହରମୁଜ୍ ମୁକ୍ତ ହେବ!: ଆମେରିକା-ଇରାନ ଶାନ୍ତି ଚୁକ୍ତିର ପଢନ୍ତୁ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ

June 15, 2026

ପୁଣି ବୈଭବ ସୂର୍ଯ୍ୟବଂଶୀ ଫ୍ଲପ୍: ଶ୍ରୀଲଙ୍କା ଏ ବିପକ୍ଷରେ ଶାନ୍ତ ରହିଲା ବ୍ୟାଟ

June 15, 2026

ନିର୍ମାଣାଧୀନ ପୋଲ ତଳକୁ ଖସି ୨ ଯୁବକଙ୍କ ମୃତ୍ୟୁ

June 15, 2026

ହର୍ମୁଜ୍‌ରୁ ହଟିବ ଅବରୋଧ!, ଆମେରିକା–ଇରାନ ଶାନ୍ତି ଚୁକ୍ତି ଘୋଷଣା କଲେ ଟ୍ରମ୍ପ

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.