ଘନ କୁହୁଡ଼ିରେ ଫସିଲା ଯାତ୍ରୀବାହୀ ଲଞ୍ଚ୍‌

Published: Jan 17, 2020, 10:51 am IST

ସମୀକ୍ଷା ବ୍ୟୁରୋ

ପଟ୍ଟାମୁଣ୍ଡାଇ : ଘନ କୁହୁଡ଼ିରେ ଫସିଲା ଯାତ୍ରୀବାହୀ ଲଞ୍ଚ୍। ଘନ କୁହୁଡ଼ିରେ ବାଟବଣା ହୋଇ ରାଜନଗର ନିକଟରେ ଏକ ମୋଟର ଲଞ୍ଚ୍ ସମୁଦ୍ର ମଧ୍ୟକୁ ଚାଲିଯାଇଛି। ନଦୀ ମୁହାଣରେ ଯାଉଥିବା ଲଞ୍ଚ୍ ରାସ୍ତା ଜାଣିନପାରି ସମୁଦ୍ର ମଧ୍ୟକୁ ଚାଲିଯାଇଛି। ତାଳଚୁଆରୁ ଚାନ୍ଦବାଲି ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି। ନିଖୋଜ ଥିବା ମୋଟର ଲଞ୍ଚରେ ପ୍ରାୟ ୩୦ ଜଣ ଯାତ୍ରୀ ଥିବା ଅନୁମାନ କରାଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା କୋଣସି ଦୁର୍ଘଟଣା ହୋଇଥିବା ସୂଚନା ମିଳିନାହିଁ। ଆଜି ଦ୍ବୈତନଗରୀରେ ମଧ୍ୟ ପ୍ରବଳ କୁୁହୁଡି ଅନୁଭୂତ ହୋଇଥିଲା ।

Related posts