ହାତୀ ନେଲା ଦୁଇ ଜୀବନ, ଜଣେ ଗୁରୁତର

Published: Jan 18, 2020, 8:41 am IST

ସମୀକ୍ଷା ବ୍ୟୁରୋ

ଖୋର୍ଦ୍ଧା : ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅଞ୍ଚଳରେ ହାତୀ ଆକ୍ରମଣରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ସୂଚନାନୁସାରେ ଟାଙ୍ଗୀ ରେଞ୍ଜର ହଜ ଓ କଲରାଝର ଗ୍ରାମରେ ଗତକାଲି ରାତିରେ ହାତୀ ପଶି ଆକ୍ରମଣ କରିଥିଲେ । ରାତିରେ ଘରେ ଶୋଇଥିବା ବେଳେ ହାତୀ ଦଳି ଦେବାରୁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଦ୍ବୟଙ୍କ ମଧ୍ୟରୁ ଜଣେ ହଜ୍‌ ଗ୍ରାମର ଓ ଆଉ ଜଣେ କଲରାଝର ଗ୍ରାମର ବୋଲି ଜଣାପଡିଛି । ଅନ୍ୟ ଜଣେ ଗୁରୁତର ଆହତଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍‌ସକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।  କ୍ଷତିପୂରଣ ଦାବିରେ ହଜ୍‌-ରଣପୁର ରାସ୍ତା ବନ୍ଦ କରିଛନ୍ତି ହଜ୍‌ ଗ୍ରାମବାସୀ ବୃନ୍ଦ ।

Related posts