ଜେଇଇମେନ୍‌ ପରୀକ୍ଷା ଫଳ ପ୍ରକାଶିତ : ସୌରଭ ଓଡିଶା ଟପ୍ପର

Published: Jan 18, 2020, 9:31 am IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଜେଇଇ (ମେନ୍‌) ପରୀକ୍ଷା ଫଳ ଘୋଷଣା କରାଯାଇଛି । ଓଡ଼ିଶା ଟପ୍ପର ହୋଇଛନ୍ତି ସୌରଭ ସୌମ୍ୟକାନ୍ତ ଦାଶ । ସେ ଜେଇଇ ମେନ୍‌ରେ 99.99% ମାର୍କ ରଖିଛନ୍ତି ।  ସର୍ବଭାରତୀୟସ୍ତରରେ 9 ଜଣ ପ୍ରାର୍ଥୀ ଶତ ପ୍ରତିଶତ ନମ୍ବର ରଖିଛନ୍ତି । ଶତପ୍ରତିଶତ ନମ୍ବର ରଖିଥିବା 9ଜଣଙ୍କ ମଧ୍ୟରେ ରହିଛନ୍ତି ଦିଲ୍ଲୀର ନିଶାନ୍ତ ଅଗ୍ରଓ୍ବାଲ। ଅନ୍ୟମାନଙ୍କ ମଧ୍ୟରେ ଗୁଜୁରାଟ ଓ ହରିୟାଣାର ଜଣେ ପ୍ରାର୍ଥୀ ରହିଥିବାବେଳେ ଆନ୍ଧ୍ରପ୍ରଦେଶ, ରାଜସ୍ଥାନା ଓ ତେଲେଙ୍ଗାନାର ଦୁଇ ଜଣ ଲେଖାଏଁ ପ୍ରାର୍ଥୀ ରହିଛନ୍ତି । ମୋଟ୍‌ 8.69 ଲକ୍ଷ ବିଦ୍ୟାର୍ଥୀ ଏହି ପରୀକ୍ଷା ଦେଇଥିଲେ। ଜାନୁଆରି 6 ରୁ 9 ତାରିଖ ମଧ୍ୟରେ ଏହି ପରୀକ୍ଷାରେ ଛଅଟି ସିଫ୍‌ଟ୍‌ରେ ହୋଇଥିଲା। www.jeemain.nta.inରେ ରେଜଲ୍ଟ ଉପଲବ୍ଧ ହେଉଛି ।

Related posts