ରାଜସ୍ଥାନ ପଞ୍ଚାୟତ ନିର୍ବାଚନ: ବାଜି ମାରିଲେ 97 ବର୍ଷୀୟା ବିଦ୍ୟା ଦେବୀ ଓ ନୀତା କଓ୍ବଁର

Published: Jan 18, 2020, 12:01 pm IST

ରାଜସ୍ଥାନ :ରାଜସ୍ଥାନର ଶିକର ଜିଲ୍ଲାର ନିମକାଥାନା ଗ୍ରାମରେ ପଞ୍ଚାୟତ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ନିର୍ବାଚନରେ ପୁରାନ ବାସ ପଞ୍ଚାୟତରୁ ବିଦ୍ୟା ଦେବୀ 207 ଭୋଟରେ ଜିତିଛନ୍ତି। 97 ବର୍ଷୀୟା ଦେବୀ ଗ୍ରାମର ସରପଞ୍ଚ ହୋଇଛନ୍ତି। ଦେବୀଙ୍କ ବିଜୟ ପରେ ଗ୍ରାମରେ ବେଶ୍‌ ଉଲ୍ଲାସ ଦେଖାଯାଇଛି। ପ୍ରଦେଶରେ ବ୍ୟୟଜୈଷ୍ଠ ସରପଞ୍ଚ ଭାବରେ ବିଦ୍ୟାଙ୍କ ନାମ ସାମିଲ୍‌ ହୋଇଛି। ତେବେ ଗ୍ରାମର ଅଧିବାସୀମାନେ ବେଶ୍‌ ବିଶ୍ବାସ ଓ ଭରସାର ସହ ବିଦ୍ୟାଦେବୀଙ୍କୁ ସରପଞ୍ଚ ଆସନରେ ବିଜୟୀ କରାଇଛନ୍ତି। ସେହିପରି ବିଦ୍ୟା ଦେବୀ ପରିଣତି ବୟସରେ ମଧ୍ୟ ବେଶ୍‌ ସୁସ୍ଥ ରହିଛନ୍ତି। ସେ ଏହି ବିଜୟୀରେ ଗ୍ରାମବାସୀଙ୍କ କୃତଜ୍ଞତା ଜଣାଇବା ସହିତ ଗ୍ରାମର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି। ସେହିପରି ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ ଟୋଙ୍କ ନଟଓ୍ବାଡାରେ ଜିତିଛନ୍ତି ନୀତା କଓ୍ବଁର । ନୀତା  18 ବର୍ଷ ପୂର୍ବେ ପାକିସ୍ତାନରୁ ଆସି ଭାରତରେ ଅବସ୍ଥାପିତ ହୋଇଥିଲେ। ଗତ 5 ମାସ ହେବ ତାଙ୍କୁ ଭାରତରେ ନାଗରିକତା ଅଧିକାର ମିଳିଥିବାବେଳେ ସେ ଚଳିତ ଥର ସରପଞ୍ଚ ନିର୍ବାଚନରେ ଲଢେଇ କରି ବାଜିମାତ୍‌ କରିଛନ୍ତି । (ଏଜେନ୍ସି)

Related posts