Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟିକେଟ ଭାଗବଣ୍ଟାକୁ ନେଇ ବିଜେପି କର୍ମୀଙ୍କ ଭିତରେ ଅସନ୍ତୋଷ : ନଡ୍ଡାଙ୍କ ଘର ବାହାରେ ହଙ୍ଗାମା
ଆଜିର ଖବର

ଟିକେଟ ଭାଗବଣ୍ଟାକୁ ନେଇ ବିଜେପି କର୍ମୀଙ୍କ ଭିତରେ ଅସନ୍ତୋଷ : ନଡ୍ଡାଙ୍କ ଘର ବାହାରେ ହଙ୍ଗାମା

January 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦିଲ୍ଲୀଠାରେ ଭାରତୀୟ ଜନତା ଦଳର ଟିକେଟ ଆବଣ୍ଟନକୁ ନେଇ କିଛି ନେତା ବିଦ୍ରୋହ କରିବାର ନଜର ଆସିଛନ୍ତି । ଟିକେଟ ଭାଗବଣ୍ଟାକୁ ନେଇ କିଛି କାର୍ଯ୍ୟକର୍ତ୍ତା ନାରାଜ ରହିବା ସହିତ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଘର ବାହାରେ ହଙ୍ଗାମା କରିଛନ୍ତି । ବିଜେପିର ପ୍ରଥମ ଆଶାୟୀ ପ୍ରାର୍ଥୀ ତାଲିକା ଆସିବା ପରେ କର୍ମୀଙ୍କ ମଧ୍ୟରେ ଏହାକୁ ନେଇ ଘୋର ଅସନ୍ତୋଷ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ, ଶୁକ୍ରବାର ଦିନ ଦିଲ୍ଲୀ ବିଜେପି ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ବାରୀ 57 ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ । ଏବେବି 13ଟି ଆସନରେ ପ୍ରାର୍ଥୀ ନାମ ଘୋଷଣା ହେବା ବାକି ରହିଛି । କିନ୍ତୁ ନିର୍ବାଚନ ପୂର୍ବରୁ ବିଜେପି ଭିତରେ ଆସନ ଭାଗବଣ୍ଟାକୁ ନେଇ ଯେଉଁଭଳି ଭାବରେ ଅସନ୍ତୋଷ ଦେଖାଦେଇଛି ଏହା ବିଜେପି ପାଇଁ ଶୁଭସୂଚନା ନୁହେଁ ।

ନିକଟରେ ବିଧାନସଭା ନିର୍ବାଚନଗୁଡ଼ିକରେ ବିଜେପି ନିରାଶଜନକ ଫଳାଫଲ ପ୍ରଦର୍ଶନ କରୁଥିବାବେଳେ ଏବେ କର୍ମୀଙ୍କ ଅସନ୍ତୋଷ ବିଜେପିକୁ ହରଡଘଣାରେ ପକାଇଛି । ନିକଟରେ ଝାଡଖଣ୍ଡ ବିଧାନସଭାରେ ପରାଜୟ ବରଣ କରିଥିବାବେଳେ ବିଜେପି ବୁଝିବିଚାରି ତା’ର ପାଦ ଆଗକୁ ବଢାଇବା ଦରକାର । କାରଣ ଟିକିଏ ଭୁଲ୍‌ ପାଇଁ ଦଳକୁ ବହୁତ ବଡ଼ କ୍ଷତି ସହିବାକୁ ପଡିପାରେ । 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ଆସନ୍ତା ଫେବୃଆରୀ 8 ତାରିଖରେ ଅନୁଷ୍ଠିତ ହେବ । (ଏଜେନ୍ସି)

delhiassemblyelection
Share. Facebook Twitter LinkedIn Email WhatsApp Copy Link

Related Posts

କୁଲଦୀପ ଯାଦବଙ୍କ ଶ୍ରେଷ୍ଠ ପ୍ରଦର୍ଶନ: ଗୋଟିଏ ମ୍ୟାଚ୍‌ରେ ୧୦ ୱିକେଟ୍ ନେଇ ରଚିଲେ ଇତିହାସ

September 11, 2026

ଭୁଶୁଡ଼ିଲା କଂକ୍ରିଟ୍ ସ୍ଲାବ୍: ୩ ଶ୍ରମିକଙ୍କ ମୃତ୍ୟୁ

September 11, 2026

ଭାରତର GDP ଅଭିବୃଦ୍ଧିରେ IMF ଆଶ୍ଚର୍ଯ୍ୟ: ଜାଣନ୍ତୁ କ’ଣ କହିଲେ ମୁଖପାତ୍ର?

September 11, 2026

ଓଡିଶାକୁ ଆସିଲା ୮,୪୧୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ,୧୪,୩୧୦ ନିଯୁକ୍ତି ସମ୍ଭାବନା

September 11, 2026
Latest News

କୁଲଦୀପ ଯାଦବଙ୍କ ଶ୍ରେଷ୍ଠ ପ୍ରଦର୍ଶନ: ଗୋଟିଏ ମ୍ୟାଚ୍‌ରେ ୧୦ ୱିକେଟ୍ ନେଇ ରଚିଲେ ଇତିହାସ

September 11, 2026

ଭୁଶୁଡ଼ିଲା କଂକ୍ରିଟ୍ ସ୍ଲାବ୍: ୩ ଶ୍ରମିକଙ୍କ ମୃତ୍ୟୁ

September 11, 2026

ଭୁବନେଶ୍ୱର ଓ ବାରିପଦାରେ ଭିଜିଲାନ୍ସ ଚଢ଼ଉ: ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୨ ଅଡିଟର ଅଟକ

September 11, 2026

ଘରକୁ ମହକାଉଛି, ହେଲେ ଶରୀର ପାଇଁ ବିପଦ ଡାକୁନି ତ ରୁମ୍ ଫ୍ରେଶନର?

September 11, 2026

ଭାରତର GDP ଅଭିବୃଦ୍ଧିରେ IMF ଆଶ୍ଚର୍ଯ୍ୟ: ଜାଣନ୍ତୁ କ’ଣ କହିଲେ ମୁଖପାତ୍ର?

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.