Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନେହୁରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ବ୍ଲକ୍ ସ୍ତରୀୟ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଜିର ଖବର

ନେହୁରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ବ୍ଲକ୍ ସ୍ତରୀୟ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ

January 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ରାଳବ ଗ୍ରାମରେ ଭାରତ ସରକାରଙ୍କ ଯୁବ ମନ୍ତ୍ରାଳୟ ଅଧିନ ନେହୁରୁ ଯୁବ କେନ୍ଦ୍ର ତରଫରୁ ସାହାର୍ଯ୍ୟପ୍ରାପ୍ତ ପାଠାଗାର ସହଯୋଗରେ ଫିଟ୍ ଇଣ୍ଡିଆ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ସଭାପତି ଦୀପକ କୁମାର ପରିଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୃନ୍ଦାବନ ବିଦ୍ୟାପୀଠର ଖେଳ ଶିକ୍ଷକ ରାମଚନ୍ଦ୍ର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ରାଳବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରସନ୍ନ କୁମାର ସେଠୀ । ଶହେରୁ ଉର୍ଦ୍ଧ୍ବ ଯୁବବର୍ଗ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଯୁବବର୍ଗଙ୍କୁ ସ୍ବାସ୍ଥ୍ୟର ଯତ୍ନ ନେଇ ଶାରିରୀକ ଓ ମାନସିକ ସ୍ତରରେ ବିକଶିତ କରିବା ପ୍ରତି ଆଲୋକପାତ କରିବା ସହିତ ଦ୍ରୁତଗତିରେ ଯାନବାହନ ଚଳାଇବା ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ଶରୀରର ସୁସ୍ଥତା ଓ ବ୍ୟାୟାମପାଇଁ ସାଇକେଲ ଚାଳନା ବେଶ୍‌ ଉପକାରିତ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଏକ ସାଇକେଲ୍‌ ରାଲି ଆୟୋଜନ କରାଯାଇଥିଲା। ସାମୂହିକ ଭାବେ ରାଳବ ଠାରୁ ଆରମ୍ଭ କରି ହିଞ୍ଜିଳିକାଟୁ ସହରରେ ବିଭିନ୍ନ ସଚେତନ ବାର୍ତ୍ତା ମାଧ୍ୟମରେ ପ୍ଲାକାର୍ଡ ଧରି ପରିଭ୍ରମଣ କରିଥିଲେ। ସ୍ଥାନୀୟ ହିଞ୍ଜିଳିକାଟୁ ସହରର ସ୍ବେଚ୍ଛାସେବୀ ତ୍ରିରଙ୍ଗା ଯୁବକ ସଂଘର ସଭାପତି ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ ଓ ଉପ ସଭାପତି ପ୍ରଭାତ ମହାରଣା ସମ୍ବର୍ଦ୍ଧନା ଜଣାଇବା ସହରର ପରିକ୍ରମା କରି କାଳୀ ମନ୍ଦିର ଠାରେ ରାଲି ଶେଷ କରିଥିଲେ। ଏହି କାର୍ଯ୍ୟକ୍ରମକୁ ନେହୁର ଯୁବ କେନ୍ଦ୍ରର ବ୍ଲକ ସ୍ବେଚ୍ଛାସେବୀ ପ୍ରତିନିଧି ନୀଳ ଭଉଳ ଓ ଲକ୍ଷ୍ମୀ ପ୍ରତିମା ଦଳାଇ ସଂଯୋଜକ କରିଥିବା ବେଳେ ବହୁ ଯୁବବର୍ଗ ସହଯୋଗ କରିଥିଲେ।

fitindiamovement
Share. Facebook Twitter LinkedIn Email WhatsApp Copy Link

Related Posts

ନମ୍ବର ୧ ହେଲେ ବୈଭବ ସୂର୍ଯ୍ୟବଂଶୀ: ଅରେଞ୍ଜ କ୍ୟାପ୍ ପାଇଁ ବିରାଟ କୋହଲିଙ୍କ ସମ୍ଭାବନା କେତେ?

May 28, 2026

ବିଜେପି ସଂଗଠନରେ ବଡ଼ ଧରଣର ଅଦଳବଦଳ: ନିଯୁକ୍ତ ହେଲେ ଚାରୋଟି ରାଜ୍ୟରେ ରାଜ୍ୟ ସଭାପତି

May 28, 2026

BSNL ର ବଡ଼ ଘୋଷଣା: ମାତ୍ର ୫୧ ଟଙ୍କାରେ ମିଳିବ ୨୮ ଦିନ ପାଇଁ ୨ ଜିବି ଡାଟା ଏବଂ ମାଗଣା କଲିଂ

May 28, 2026

କମିଲା ସୁନା ଓ ରୂପାର ମୂଲ୍ୟ: ଜାଣନ୍ତୁ ଆଜିର ଦର

May 28, 2026
Latest News

ନମ୍ବର ୧ ହେଲେ ବୈଭବ ସୂର୍ଯ୍ୟବଂଶୀ: ଅରେଞ୍ଜ କ୍ୟାପ୍ ପାଇଁ ବିରାଟ କୋହଲିଙ୍କ ସମ୍ଭାବନା କେତେ?

May 28, 2026

ବିଜେପି ସଂଗଠନରେ ବଡ଼ ଧରଣର ଅଦଳବଦଳ: ନିଯୁକ୍ତ ହେଲେ ଚାରୋଟି ରାଜ୍ୟରେ ରାଜ୍ୟ ସଭାପତି

May 28, 2026

BSNL ର ବଡ଼ ଘୋଷଣା: ମାତ୍ର ୫୧ ଟଙ୍କାରେ ମିଳିବ ୨୮ ଦିନ ପାଇଁ ୨ ଜିବି ଡାଟା ଏବଂ ମାଗଣା କଲିଂ

May 28, 2026

ଇସ୍ତଫା ଘୋଷଣା କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

May 28, 2026

କମିଲା ସୁନା ଓ ରୂପାର ମୂଲ୍ୟ: ଜାଣନ୍ତୁ ଆଜିର ଦର

May 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.