ପିକନିକ୍‌ ହେଲା କାଳ : ଦୁଇଛାତ୍ରଙ୍କ ସଲିଳ ସମାଧି

Published: Jan 18, 2020, 3:47 pm IST

ପିକନିକ ବେଳେ ଅଘଟଣ ଘଟିଛି। ସମ୍ବଲପୁର ଦେବଝରଣ ୱାଟରଫଲରେ ଗାଧୋଇବା ବେଳେ ବୁଡ଼ି ଦୁଇ ଭିସୁଟ୍‌ର ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନାନୁଯାୟୀ, ସମ୍ବଲପୁର ଭିସୁଟ୍‌ର କିଛି ଛାତ୍ର ଦେବଝରଣ ୱାଟରଫଲ ନିକଟକୁ ପିକନିକ ଯାଇଥିଲେ। ସେଠାରେ ସାଙ୍ଗମାନେ ଦେବଝରଣ ୱାଟରଫଲରେ ଗାଧୋଇବା ବେଳେ ହଠାତ୍ ଦୁଇଜଣ ଛାତ୍ରଙ୍କ ଗୋଡ଼ ଖସିଯାଇଥିଲା। ୱାଟରଫଲ ପାଣି ସ୍ରୋତ ଅଧିକ ଥିବା ଫଳରେ ସେମାନେ ବୁଡ଼ିଯାଇଥିଲ। ମୃତକ ଦୁଇ ଛାତ୍ର ହେଲେ ଭିସୁଟ୍‌ର ସୌମ୍ୟରଞ୍ଜନ ବେଉରିଆ ଓ ଅଭିଜିତ ସାମଲ ।

Related posts