ସ୍କୁଟି ବାଣ୍ଟିବେ ଗେହେଲଟ୍‌ ସରକାର : ଆଦିବାସୀ ଛାତ୍ରୀଙ୍କୁ ମିଳିବ ଛଅ ହଜାର ସ୍କୁଟି

Published: Jan 19, 2020, 9:32 am IST

ରାଜସ୍ଥାନ : ବାଳିକା ଶିକ୍ଷାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ରାଜସ୍ଥାନ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍‌ ଆଦିବାସୀ ଛାତ୍ରୀମାନଙ୍କୁ ସ୍କୁଟି ଦେବାର ଯୋଜନା ପ୍ରସ୍ତୁତ କରିଛନ୍ତି।  ଏହି ଯୋଜନାକୁ ମଞ୍ଜୁରୀ ପ୍ରଦାନ କରି ଚଳିତ ଆର୍ଥିକ ବର୍ଷ 2019-20ରେ ଆଦିବାସୀ ବିଭାଗକୁ ଆଦିବାସୀ ଛାତ୍ରଙ୍କୁ 6ହଜାର ସ୍କୁଟି ବଣ୍ଟାଯିବ । ଏହାଦ୍ବାରା ଆଦିବାସୀ ଛାତ୍ରୀଙ୍କ ମଧ୍ୟରେ ଉଚ୍ଚ ଶିକ୍ଷା ନେଇ ବିଦ୍ୟାର୍ଥୀଙ୍କ ରୁଚି ବଢିବ ।

ଅଶୋକ ଗେହଲଟଙ୍କ ଏହି ପଦକ୍ଷେପକୁ ସମସ୍ତେ ସ୍ବାଗତ କରିଛନ୍ତି । ପୂର୍ବରୁ ଆଦିବାସୀ ଛାତ୍ରଙ୍କୁ  4ହଜାର ସ୍କୁଟି ବଣ୍ଟାଯଉଥିଲା ଯାହାକୁ ଏବେ ଛଅ ହଜାରକୁ ବୃଦ୍ଧି କରାଯାଇଛି ।

ସରକାରଙ୍କ ତରଫରୁ ଜାରି ହୋଇଥିବା ଏକ ବୟାନରେ ମୁଖ୍ୟମନ୍ତ୍ରୀ ଗେହଲେଟ୍‌ ଦେବନାରାୟଣ ସ୍କୁଲ ସ୍କୁଟି ଯୋଜନା ଅନ୍ତର୍ଗତ ଏହି ସ୍କୁଟି ପ୍ରଦାନ କରିବେ । ଏତଦ୍‌ବ୍ୟବତୀତ ଗେହଲଟ୍‌ ‘କାଲୀବାଇ ଭିଲ୍‌ ମେଧାବୀ ଛାତ୍ର ସ୍କୁଟି ଯୋଜନା’କୁ ବି ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ଯୋଜନାରେ ସଂଖ୍ୟାଲଘୁ ଓ ଅନୁସୂଚିତ ଜାତିଙ୍କ ପାଇଁ ଉଦ୍ଦିଷ୍ଟ । ଏହି ଯୋଜନାରେ ସଂଖ୍ୟାଲଘୁ ଓ ଅନୁସୂଚିତ ଜାତିର ମେଧାବୀ ଛାତ୍ରଙ୍କୁ ସରକାରଙ୍କ ତରଫରୁ ସ୍କୁଟର ପ୍ରଦାନ କରଯିବ । (ଏଜେନ୍ସି)

Related posts