ସଙ୍ଗୀତଜ୍ଞ ଡ. ସୁନନ୍ଦା ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରକାଶ

Published: Jan 19, 2020, 1:58 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ପ୍ରଥିତଯଶା ସଙ୍ଗୀତଜ୍ଞ ଡଃ ସୁନନ୍ଦା ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ବର୍ଗତା ସୁନନ୍ଦା ପଟ୍ଟନାୟକଙ୍କୁ ଭାରତୀୟ ସଙ୍ଗୀତ ଜଗତର ମହାନ ବିଭୂତି ଭାବରେ ବର୍ଣ୍ଣନା କରିଛନ୍ତି। ସେ ସାରା ଜୀବନ ସଙ୍ଗୀତ ପ୍ରତି ସମର୍ପିତ ଥିଲେ ତାଙ୍କ ସିଦ୍ଧି ଓ ସାଧନା ତାଙ୍କୁ  ଅମର କରି ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ମହାନଶିଳ୍ପୀଙ୍କ ବିୟୋଗରେ ଭାରତୀୟ ସାଂସ୍କୃତିକ ଜଗତର ଉଜଳତମ ଜ୍ୟୋତିଷ୍କ ଅସ୍ତମିତ ହୋଇଗଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ପରଲୋକ ଗତ ଆତ୍ମାର ମୁଖ୍ୟମନ୍ତ୍ରୀ ସଦଗତି କାମନା କରିଛନ୍ତି

Related posts