ରାଜ୍ୟରେ ଆରମ୍ଭ ହେଲା ଇ- ଚେକ୍‌ଗେଟ୍‌ର ବ୍ୟବସ୍ଥା

Published: Jan 19, 2020, 3:06 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ରାଜ୍ୟରେ ଇ-ଚେକ୍‌ଗେଟ୍‌ରେ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଏହାକୁ ଉଦ୍‌ଘାଟନ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଆଜି 31ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ଉଦ୍‌ଯାପିତ ଅବସରରେ ଏହି ବ୍ୟବସ୍ଥାର ପ୍ରଚଳନ କରାଯାଇଛି। ଏଣିକି ଅନ୍ୟ ରାଜ୍ୟର ଗାଡ଼ି ଓଡ଼ିଶା ଆସିବା ପୂର୍ବରୁ ଅନଲାଇନରେ ଗେଟ ପ୍ରବେଶ ହୋଇ ପାରିବ। ଏହା ସହ ମୋବାଇଲ ଆପ ସେବା ସିଟିଜେନ ରିପୋର୍ଟିଂର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏହି ନୂଆ ଆପ ଜରିଆରେ ଏଣିକି ଟ୍ରାଫିକ ନିୟମ ଉଲଂଘନକାରୀଙ୍କୁ ଧରିବା ହେବ ସହଜ ହେବ। ଏହାଦ୍ବାରା ସାଧାରଣ ଲୋକେ ମଧ୍ୟ ଟ୍ରାଫିକ ନିୟମ ଉଲଂଘନ କରୁଥିବା ଗାଡି ଚାଳକଙ୍କ ଫଟୋ ସିଧାସଳଖ ଆପ ମାଧ୍ୟମରେ ପଠାଇ ପାରିବେ।

Related posts