ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାକୁ ନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ : ପିଲାଙ୍କୁ ଫେଲ୍‌ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ

Published: Jan 21, 2020, 2:06 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାକୁ ନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି। ଯୁକ୍ତ ଦୁଇ ପ୍ରଥମ ବର୍ଷ ପିଲାଙ୍କ ପାଇଁ 33 ପ୍ରତିଶତ ମାର୍କ ବାଧ୍ୟତାମୂଳକ ପ୍ରସଙ୍ଗରେ ପିଲାମାନଙ୍କୁ ଆଶ୍ବାସନା ଦେଇଛନ୍ତି ମନ୍ତ୍ରୀ ସମୀର ଦାଶ। ସରକାର ଏ ବିଷୟରେ ବିଚାର କରିବେ ବୋଲି କହିଛନ୍ତି ମନ୍ତ୍ରୀ। ପିଲାମାନଙ୍କୁ ଫେଲ୍‌ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। ଯଦି ପିଲାମାନେ ଏନେଇ ପ୍ରସ୍ତୁତ ନୁହଁନ୍ତି ବୋଲି ଭାବୁଛନ୍ତି, ତେବେ ଏନେଇ ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଯୁକ୍ତ ଦୁଇ ପରୀକ୍ଷାକୁ ଏବର୍ଷ ଲାଗୁ କରାନଯିବା ନେଇ ସରକାର ବିଚାର କରିବେ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ।

ସୂଚନାଯୋଗ୍ୟ, ଚଳିତ ବର୍ଷରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଘୋଷଣାକୁ ବିରୋଧ କରି ରାଜ୍ୟର ଅନେକ କଲେଜରେ ବିବାଦ ଦେଖାଦେଇଛି।  ଆଜି ଏହି ପ୍ରସଙ୍ଗକୁ ନେଇ ରମାଦେବୀ ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ଛାତ୍ରୀମାନେ ରାସ୍ତା ଅବରୋଧ କରିବା ସହ ମୁଖ୍ୟ ଫାଟକରେ ତାଲା ପକାଇ ବିରୋଧ ପ୍ରଦର୍ଶନ କରିଥିଲେ।

Related posts