19 ବର୍ଷରୁ କମ୍‌ ବିଶ୍ବକପ୍‌ : ଜାପାନକୁ 41 ରନ୍‌ରେ ଅଲ୍‌ଆଉଟ କଲା ଭାରତ

Published: Jan 21, 2020, 3:54 pm IST

ବ୍ଲୋଏମ୍‌ଫାଣ୍ଟନ୍‌ : ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ 19 ବର୍ଷରୁ କମ୍‌ ବିଶ୍ବକପ୍‌ରେ ଭାରତୀୟ ଦଳ ନିଜର ଅଭିଯାନ ଆରମ୍ଭ କରିଛି । ନିଜର ପ୍ରଥମ ମ୍ୟାଚ୍‌ରେ ଭାରତ ଜାପାନ୍‌କୁ ,ମାତ୍ର 41 ରନ୍‌ରେ ଅଲ୍‌ଆଉଟ୍‌ କରିଛି । ଭାରତ ପକ୍ଷରୁ ଲେଗ୍‌ ସ୍ପିନର ରବି ବିଷ୍ଣୋଇ 5 ରନ୍‌ ବିନିମୟରେ 4 ଓ୍ବିକେଟ ଅକ୍ତିଆର କରିଥିବା ବେଳେ କାର୍ତ୍ତିକ ତ୍ୟାଗୀ 10 ରନ୍‌ ବିନିମୟରେ 3ଟି ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆକାଶ ସିଂ 2ଟି ଏବଂ ବିଦ୍ୟାଧର ପାଟିଲ ଗୋଟିଏ ଓ୍ବିକେଟ ଅକ୍ତିଆର କରିଥିଲେ । ଭାରତୀୟ ଅଧିନାୟକ ପ୍ରିୟମ ଗର୍ଗ ଟସ ଜିତି ପ୍ରଥମେ ବୋଲିଂ କରିଥିବା ବେଳେ ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ କାରଣରୁ ଜାପାନର 5 ଜଣ ବ୍ୟାଟ୍ସମ୍ୟାନ୍‌ ଖାତା ଖୋଲି ପାରିନଥିଲେ । ଜାପାନ ପକ୍ଷରୁ ସୁ ନୋଗୁଚି ଏବଂ କେଣ୍ଟୋ ଓଟା ସର୍ବାଧିକ 7 ରନ୍‌ ଲେଖାଏଁ ସଂଗ୍ରହ କରିଥିବା ବେଳେ ଅତିରିକ୍ତ 19 ରନ୍‌ ମିଳିଥିଲା । ଉଲ୍ଲେଖଯୋଗ୍ୟ ଯେ ଜାପାନ ଦଳ ସର୍ବନିମ୍ନ ସ୍କୋର ତାଲିକାର ତୃତୀୟ ସ୍ଥାନରେ ରହିଛି । ସ୍କଟଲ୍ୟାଣ୍ଡର 22 ରନ୍‌ ଅଲ୍‌ଆଉଟ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ।

Related posts