Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»19 ବର୍ଷରୁ କମ୍‌ ବିଶ୍ବକପ୍‌ : ଜାପାନକୁ 41 ରନ୍‌ରେ ଅଲ୍‌ଆଉଟ କଲା ଭାରତ
ଆଜିର ଖବର

19 ବର୍ଷରୁ କମ୍‌ ବିଶ୍ବକପ୍‌ : ଜାପାନକୁ 41 ରନ୍‌ରେ ଅଲ୍‌ଆଉଟ କଲା ଭାରତ

January 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ଲୋଏମ୍‌ଫାଣ୍ଟନ୍‌ : ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ 19 ବର୍ଷରୁ କମ୍‌ ବିଶ୍ବକପ୍‌ରେ ଭାରତୀୟ ଦଳ ନିଜର ଅଭିଯାନ ଆରମ୍ଭ କରିଛି । ନିଜର ପ୍ରଥମ ମ୍ୟାଚ୍‌ରେ ଭାରତ ଜାପାନ୍‌କୁ ,ମାତ୍ର 41 ରନ୍‌ରେ ଅଲ୍‌ଆଉଟ୍‌ କରିଛି । ଭାରତ ପକ୍ଷରୁ ଲେଗ୍‌ ସ୍ପିନର ରବି ବିଷ୍ଣୋଇ 5 ରନ୍‌ ବିନିମୟରେ 4 ଓ୍ବିକେଟ ଅକ୍ତିଆର କରିଥିବା ବେଳେ କାର୍ତ୍ତିକ ତ୍ୟାଗୀ 10 ରନ୍‌ ବିନିମୟରେ 3ଟି ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆକାଶ ସିଂ 2ଟି ଏବଂ ବିଦ୍ୟାଧର ପାଟିଲ ଗୋଟିଏ ଓ୍ବିକେଟ ଅକ୍ତିଆର କରିଥିଲେ । ଭାରତୀୟ ଅଧିନାୟକ ପ୍ରିୟମ ଗର୍ଗ ଟସ ଜିତି ପ୍ରଥମେ ବୋଲିଂ କରିଥିବା ବେଳେ ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ କାରଣରୁ ଜାପାନର 5 ଜଣ ବ୍ୟାଟ୍ସମ୍ୟାନ୍‌ ଖାତା ଖୋଲି ପାରିନଥିଲେ । ଜାପାନ ପକ୍ଷରୁ ସୁ ନୋଗୁଚି ଏବଂ କେଣ୍ଟୋ ଓଟା ସର୍ବାଧିକ 7 ରନ୍‌ ଲେଖାଏଁ ସଂଗ୍ରହ କରିଥିବା ବେଳେ ଅତିରିକ୍ତ 19 ରନ୍‌ ମିଳିଥିଲା । ଉଲ୍ଲେଖଯୋଗ୍ୟ ଯେ ଜାପାନ ଦଳ ସର୍ବନିମ୍ନ ସ୍କୋର ତାଲିକାର ତୃତୀୟ ସ୍ଥାନରେ ରହିଛି । ସ୍କଟଲ୍ୟାଣ୍ଡର 22 ରନ୍‌ ଅଲ୍‌ଆଉଟ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ।

india japan ravibishnoi
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଜାପାନରେ ଭୂମିକମ୍ପ

April 27, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.