Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜାରାଣୀ ସଙ୍ଗୀତ ଉତ୍ସବର ଉଦ୍‍ଯାପନୀ ସଂଧ୍ୟାରେ ବଂଶୀର ସ୍ୱର ସହିତ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ଯାଦୁକରୀ ମୁର୍ଚ୍ଛନା
ଆଜିର ଖବର

ରାଜାରାଣୀ ସଙ୍ଗୀତ ଉତ୍ସବର ଉଦ୍‍ଯାପନୀ ସଂଧ୍ୟାରେ ବଂଶୀର ସ୍ୱର ସହିତ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ଯାଦୁକରୀ ମୁର୍ଚ୍ଛନା

January 22, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ରାଜାରାଣୀ ସଙ୍ଗୀତ ଉତ୍ସବର ଆଜିଥିଲା ଅନ୍ତିମ ସନ୍ଧ୍ୟା । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ରାଗ ରାଗିଣୀର ହୃଦୟସ୍ପର୍ଶୀ ପରିବେଷଣ ସହିତ ଉତ୍ସବସ୍ଥଳର ଚମତ୍କାର ସାଜସଜା ଏବଂ ୧୧ଶ ଶତାବ୍ଦୀ ନିର୍ମିତ ରାଜାରାଣୀ ମନ୍ଦିରର ଅପୂର୍ବ କଳା ସ୍ଥାପତ୍ୟ ଏବଂ ସଙ୍ଗୀତମୟ ତଥା ମନୋମୁଗ୍ଧକର ପରିବେଶ ଏ ବର୍ଷ ରାଜାରାଣୀ ଉତ୍ସବକୁ ଅନନ୍ୟ କରିଥିଲା । ରାଜ୍ୟ ପର୍ଯ୍ୟଟନ ବିଭାଗର ଏହି ପ୍ରଶଂସନୀୟ ପ୍ରୟାସ ବାସ୍ତବିକ ଶାସ୍ତ୍ରୀୟ ସଙ୍ଗୀତ ପ୍ରେମୀମାନଙ୍କୁ ଖୁବ୍‍ ଆନନ୍ଦ ଦେଇପାରିଥିଲା ।

ଅନ୍ତିମ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମରେ ବିଶିଷ୍ଟ ବଂଶୀ ବାଦକ ରାଜେନ୍ଦ୍ର ପ୍ରସନ୍ନଙ୍କ ଦ୍ୱାରା ବଂଶୀ ବାଦନ ଦେଖିବାକୁ ମିଳିଥିଲା ।  ପ୍ରଥମେ ରାଗ ମାରୱା ଏବଂ ପରେ ପରେ ପାହାଡ଼ି ଧୁନ ସହିତ ବିଭିନ୍ନ ରାଗ ଓ ତାଳକୁ ନେଇ ତାଙ୍କର ବଂଶୀ ବାଦନ ବେଶ ହୃଦୟସ୍ପର୍ଶୀ ଥିଲା । ତାଙ୍କୁ ବଂଶୀବାଦନରେ ସହଯୋଗ କରିଥିଲେ ରିଶଭ ପ୍ରସନ୍ନ ଏବଂ ତବଲାରେ ଅଭିଷେକ ମିଶ୍ରା ।

ସନ୍ଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନା ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା କୌଶିକୀ ଚକ୍ରବର୍ତ୍ତୀଙ୍କ ଦ୍ୱାରା ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ପରିବେଶଣ । ସେ ପ୍ରଥମେ ରାଗ ଯୋଗରେ ପିହରୱା ଏକା ବିରମାୟେ ପରେ ପରେ ତରାନା ଧନ ୟୌବନ ନଦୀନାୱ ସହିତ ସୁନ୍ଦର ଓ ନିଖୁଣ ରାଗ ବିସ୍ତାର, ଆଳଙ୍କାରିକ ସର୍ଜନା ସାବଲୀଳ ଓ ଭାବୋଦ୍ଦୀପକ ପରିବେଷଣ ଦ୍ୱାରା କୌଶିକୀ ଚକ୍ରବର୍ତ୍ତୀ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ତାଙ୍କୁ ତବଲାରେ ସହଯୋଗ କରିଥିଲେ ସନ୍ଦୀପ ଘୋଷ, ହାରମୋନିୟମରେ ଗୌରବ ଚାଟ୍ଟାର୍ଜୀ, ତାନପୁରାରେ ସଙ୍ଗମିତ୍ରା ସରକାର ଓ ସଚ୍ଚିଦାନନ୍ଦ ସାହୁ ।

ଅନ୍ତିମ ସନ୍ଧ୍ୟାର ଅତିଥିମାନେ ଥିଲେ ପର୍ଯ୍ୟଟନ ବିଭାଗର ଶାସନ ସଚିବ ଶ୍ରୀଯୁକ୍ତ ବିଶାଲ କୁମାର ଦେବ; ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ଅରୁଣା ମହାନ୍ତି, ପର୍ଯ୍ୟଟନ ବିଭାଗର ସହ ନିର୍ଦ୍ଦେଶକ ଡ଼. ସୁନିଲ କୁମାର ପଟ୍ଟନାୟକ । କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ଡ଼. ସଙ୍ଗୀତା ଗୋସାଇଁ  ଏବଂ ଅନୁଜା ତାରିଣୀ ମିଶ୍ର । ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକ, ପର୍ଯ୍ୟଟନ ଅଧିକାରୀ  ଓ ପର୍ଯ୍ୟଟନ ଉନ୍ନୟନ ନିଗମର ଅଧିକାରୀ ବୃନ୍ଧ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଭିଭି ଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଉଦଯାପିତ

January 17, 2026

ସଶସ୍ତ୍ର ବାହିନୀ ଦିବସ: ରିୟାଦରେ ଭାରତୀୟ ଦୂତାବାସର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

January 17, 2026

ଖୋର୍ଦ୍ଧା ଜିଲ୍ଲା ଜୁନିଅର ରେଡ଼କ୍ରସ କାର୍ଯ୍ୟନିର୍ବାହୀ ବୈଠକ: ନୂତନ ଜିଲ୍ଲା ସଚିବଙ୍କ ଦାଇତ୍ୱ ଗ୍ରହଣ

January 17, 2026

ପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର: ପ୍ରକାଶ ପାଇଲା ୟୁପିଆଇ ଉଠାଣ ତାରିଖ

January 17, 2026
Latest News

Odisha Investors’ Meet: ରାଜ୍ୟକୁ ଆସିଲା ୧ ଲକ୍ଷ କୋଟି ଟଙ୍କାର ନିବେଶ,୯୦ ହଜାର ନିଯୁକ୍ତି ସୁଯୋଗ

January 17, 2026

ମାଲଦାଠାରେ ୩,୨୫୦ କୋଟିରୁ ଅଧିକ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 17, 2026

ଭିଭି ଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଉଦଯାପିତ

January 17, 2026

ସଶସ୍ତ୍ର ବାହିନୀ ଦିବସ: ରିୟାଦରେ ଭାରତୀୟ ଦୂତାବାସର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

January 17, 2026

ଭାରତୀୟ ରେଳବାଇ ଦ୍ୱାରା ଅଧିକ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ପ୍ରଚଳନ

January 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.