Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭିନ୍ନ ଏକ ପ୍ରୟାସ : ମୁସଲମାନ ପିଲା ପଢୁଛନ୍ତି ସଂସ୍କୃତି ଶ୍ଲୋକ ଓ ହିନ୍ଦୁ ପିଲା ପଢୁଛନ୍ତି ଉର୍ଦ୍ଦୁ ସାଏରୀ
ଆଜିର ଖବର

ଭିନ୍ନ ଏକ ପ୍ରୟାସ : ମୁସଲମାନ ପିଲା ପଢୁଛନ୍ତି ସଂସ୍କୃତି ଶ୍ଲୋକ ଓ ହିନ୍ଦୁ ପିଲା ପଢୁଛନ୍ତି ଉର୍ଦ୍ଦୁ ସାଏରୀ

January 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଉତ୍ତରପ୍ରଦେଶ : ସମ୍ପ୍ରତି ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟାର (ଏନ୍‌ଆରସି)କୁ ନେଇ ହିନ୍ଦୁ ଓ ମୁସଲମାନଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିବାବେଳେ ୟୁପିର ଏକ ଜିଲ୍ଲାର ଏହି ଦୁଇ ସମ୍ପ୍ରଦାୟ ଏକ ଭିନ୍ନ କାହାଣୀ ଲେଖିଛନ୍ତି । ଏଠାରେ ରହିଥିବା ଏକ ମଦ୍ରାସାରେ ହିନ୍ଦୁପିଲାମାନେ ଉର୍ଦ୍ଦୁ ଭାଷାର ତାଲିମ୍‌ ନେଉଥିବାବେଳେ ମୁସଲମାନ୍‌ ପିଲାଙ୍କ କଣ୍ଠରୁ ବାହାରୁଛି ସଂସ୍କୃତ ଶ୍ଲୋକ । ମଦ୍ରାସା ଏଠାରେ ହିନ୍ଦୁ ସଂସ୍କୃତ ଶ୍ଲୋକରେ ଝଙ୍କୃତ ହେଉଛି ।

ସଂସ୍କୃତ ଓ ଉର୍ଦ୍ଦୁରେ ତାଲିମ୍‌ ହାସଲ ପାଇଁ ସରକାର ଓ ବିଭିନ୍ନ ସଂସ୍ଥା ସଚେତନତା କରୁଛନ୍ତି । କିନ୍ତୁ ବଜରୀଗଞ୍ଜର ଏକ ମଦ୍ରାସା ଏପରି ଅଭିନବ କାର୍ଯ୍ୟ କରି ଚର୍ଚ୍ଚାରେ ରହିଛି । ଏଠାରେ ଅଧିକ ସଂଖ୍ୟକ ହିନ୍ଦୁ ଛାତ୍ର ରହିଛନ୍ତି । ଧାର୍ମିକ କଠୋରତା ଉପରେ ଏହି ମାଦ୍ରାସା ନିଜର ଏକ ଅଲଗା ପରିଚୟ ତିଆରି କରିଛି । ଏହି ମାଦ୍ରାସାରେ ପାଖାପାଖି 230 ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏଠାରେ ମୁସଲମାନ ଛାତ୍ରଙ୍କ ସହ ଅନେକ ହିନ୍ଦୁ ଛାତ୍ରମାନେ ମଧ୍ୟ ଅଧ୍ୟୟନ କରୁଛନ୍ତି । ଏଠାରେ ସଂସ୍କୃତ ଓ ଉର୍ଦ୍ଦୁ ବ୍ୟତୀତ ପାର୍ସୀ, ହିନ୍ଦୀ, ଇଂରାଜୀ, ଗଣିତ ଓ ବିଜ୍ଞାନ ଆଦି ବିଷୟରେ ମଧ୍ୟ ଶିକ୍ଷା ଦିଆଯାଉଛି ।

ରସୁଲପୁରର ଏହି ମାଦ୍ରାସରେ ଉର୍ଦ୍ଦୁ ଓ ଆରବୀ ସହିତ ଦିନି (ଆଧ୍ୟାତ୍ମିକ),ଭୌତିକବାଦୀ ତାଲିମ ଦେବା ପାଇଁ ମୌଲାନା ଓ ଶିକ୍ଷକ ରହିଛନ୍ତି । ଏହି ମଦ୍ରାସାର ପ୍ରଧାନ ଆଚାର୍ଯ୍ୟ କରିଛନ୍ତି ଯେ, ଆମେ କୌଣସି ଭେଦଭାବ ବିନା ସବୁ ପିଲାଙ୍କୁ ଭଲ ରୂପେ ତାଲିମ୍‌ ଦେବାକୁ ଚେଷ୍ଟା କରୁଛୁ । ମୁସଲିମ୍‌ ଶିଶୁଙ୍କ ପାଇଁ ସଂସ୍କୃତ ଓ ହିନ୍ଦୀ ସହିତ ଦିନୀ ବାଧ୍ୟତାମୂଳକ ରହିଛି । ସେହିପରି ଅଣ ମୁସଲମାନ ପିଲାମାନେ ତାଙ୍କ ରୁଚି ମୁତାବକ ତାଲିମ୍‌ ନେଇପାରିବେ ।  (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଇନୋଭେଟସର ‘ଇଣ୍ଡଷ୍ଟ୍ରି ଲିଡର୍ସ ରାଉଣ୍ଡଟେବୁଲ’ରେ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତା

May 14, 2026

ପିପିପି ମୋଡରେ ନାଗପୁର ଅନ୍ତର୍ଜାତୀୟ ବିମାନବନ୍ଦର ଉନ୍ନତିକରଣକୁ କ୍ୟାବିନେଟ୍ ମଞ୍ଜୁରୀ

May 14, 2026

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026
Latest News

ଭାରତ ଇନୋଭେଟସର ‘ଇଣ୍ଡଷ୍ଟ୍ରି ଲିଡର୍ସ ରାଉଣ୍ଡଟେବୁଲ’ରେ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତା

May 14, 2026

ପିପିପି ମୋଡରେ ନାଗପୁର ଅନ୍ତର୍ଜାତୀୟ ବିମାନବନ୍ଦର ଉନ୍ନତିକରଣକୁ କ୍ୟାବିନେଟ୍ ମଞ୍ଜୁରୀ

May 14, 2026

ଆଜି ମଇ ୧୪ ତାରିଖ ବୁଧବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

May 14, 2026

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.