ଭିନ୍ନ ଏକ ପ୍ରୟାସ : ମୁସଲମାନ ପିଲା ପଢୁଛନ୍ତି ସଂସ୍କୃତି ଶ୍ଲୋକ ଓ ହିନ୍ଦୁ ପିଲା ପଢୁଛନ୍ତି ଉର୍ଦ୍ଦୁ ସାଏରୀ

Published: Jan 23, 2020, 11:40 am IST

ଉତ୍ତରପ୍ରଦେଶ : ସମ୍ପ୍ରତି ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟାର (ଏନ୍‌ଆରସି)କୁ ନେଇ ହିନ୍ଦୁ ଓ ମୁସଲମାନଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିବାବେଳେ ୟୁପିର ଏକ ଜିଲ୍ଲାର ଏହି ଦୁଇ ସମ୍ପ୍ରଦାୟ ଏକ ଭିନ୍ନ କାହାଣୀ ଲେଖିଛନ୍ତି । ଏଠାରେ ରହିଥିବା ଏକ ମଦ୍ରାସାରେ ହିନ୍ଦୁପିଲାମାନେ ଉର୍ଦ୍ଦୁ ଭାଷାର ତାଲିମ୍‌ ନେଉଥିବାବେଳେ ମୁସଲମାନ୍‌ ପିଲାଙ୍କ କଣ୍ଠରୁ ବାହାରୁଛି ସଂସ୍କୃତ ଶ୍ଲୋକ । ମଦ୍ରାସା ଏଠାରେ ହିନ୍ଦୁ ସଂସ୍କୃତ ଶ୍ଲୋକରେ ଝଙ୍କୃତ ହେଉଛି ।

ସଂସ୍କୃତ ଓ ଉର୍ଦ୍ଦୁରେ ତାଲିମ୍‌ ହାସଲ ପାଇଁ ସରକାର ଓ ବିଭିନ୍ନ ସଂସ୍ଥା ସଚେତନତା କରୁଛନ୍ତି । କିନ୍ତୁ ବଜରୀଗଞ୍ଜର ଏକ ମଦ୍ରାସା ଏପରି ଅଭିନବ କାର୍ଯ୍ୟ କରି ଚର୍ଚ୍ଚାରେ ରହିଛି । ଏଠାରେ ଅଧିକ ସଂଖ୍ୟକ ହିନ୍ଦୁ ଛାତ୍ର ରହିଛନ୍ତି । ଧାର୍ମିକ କଠୋରତା ଉପରେ ଏହି ମାଦ୍ରାସା ନିଜର ଏକ ଅଲଗା ପରିଚୟ ତିଆରି କରିଛି । ଏହି ମାଦ୍ରାସାରେ ପାଖାପାଖି 230 ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏଠାରେ ମୁସଲମାନ ଛାତ୍ରଙ୍କ ସହ ଅନେକ ହିନ୍ଦୁ ଛାତ୍ରମାନେ ମଧ୍ୟ ଅଧ୍ୟୟନ କରୁଛନ୍ତି । ଏଠାରେ ସଂସ୍କୃତ ଓ ଉର୍ଦ୍ଦୁ ବ୍ୟତୀତ ପାର୍ସୀ, ହିନ୍ଦୀ, ଇଂରାଜୀ, ଗଣିତ ଓ ବିଜ୍ଞାନ ଆଦି ବିଷୟରେ ମଧ୍ୟ ଶିକ୍ଷା ଦିଆଯାଉଛି ।

ରସୁଲପୁରର ଏହି ମାଦ୍ରାସରେ ଉର୍ଦ୍ଦୁ ଓ ଆରବୀ ସହିତ ଦିନି (ଆଧ୍ୟାତ୍ମିକ),ଭୌତିକବାଦୀ ତାଲିମ ଦେବା ପାଇଁ ମୌଲାନା ଓ ଶିକ୍ଷକ ରହିଛନ୍ତି । ଏହି ମଦ୍ରାସାର ପ୍ରଧାନ ଆଚାର୍ଯ୍ୟ କରିଛନ୍ତି ଯେ, ଆମେ କୌଣସି ଭେଦଭାବ ବିନା ସବୁ ପିଲାଙ୍କୁ ଭଲ ରୂପେ ତାଲିମ୍‌ ଦେବାକୁ ଚେଷ୍ଟା କରୁଛୁ । ମୁସଲିମ୍‌ ଶିଶୁଙ୍କ ପାଇଁ ସଂସ୍କୃତ ଓ ହିନ୍ଦୀ ସହିତ ଦିନୀ ବାଧ୍ୟତାମୂଳକ ରହିଛି । ସେହିପରି ଅଣ ମୁସଲମାନ ପିଲାମାନେ ତାଙ୍କ ରୁଚି ମୁତାବକ ତାଲିମ୍‌ ନେଇପାରିବେ ।  (ଏଜେନ୍ସି)

Related posts