ସଦର୍ଣ୍ଣ ଆର୍ମି କମାଣ୍ଡର ହେବେ ଓଡ଼ିଆ ପୁଅ : ଲେପ୍ଟନାଣ୍ଟ ଜେନେରାଲ ସିପି ମହାନ୍ତିଙ୍କୁ ଗୁରୁଦାୟିତ୍ବ

Published: Jan 24, 2020, 8:57 am IST

ନୂଆଦିଲ୍ଲୀ : ଭାରତୀୟ ସେନାରେ ଓଡ଼ିଆ ଅଫିସରଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ଲେପ୍ଟନାଣ୍ଟ ଜେନେରାଲ ସିପି ମହାନ୍ତିଙ୍କୁ ଦକ୍ଷିଣାଞ୍ଚଳ କମାଣ୍ଡର ଭାବେ ନିଯୁକ୍ତ କରାଯାଇଛି। ସେ ଲେପ୍ଟନାଣ୍ଟ ଜେନେରାଲ ଏସ.କେ.ସାଇନିଙ୍କ ସ୍ଥାନ ନେବେ । ଲେପ୍ଟନାଣ୍ଟ ଜେନେରାଲ ସାଇନି ଆସନ୍ତା ୨୫ ତାରିଖରେ ଭାରତୀୟ ସେନାରେ ନୂଆ ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ । ପାକିସ୍ତାନ ଓ ଚୀନ ସୀମାରେ ଅପରେସନ୍ ସହିତ ଆସାମ୍‌ରେ ଅନୁପ୍ରବେଶ ବିରୋଧୀ ମୁକାବିଲାରେ ଲେଫ୍ଟନାଣ୍ଟ ଜେନେରାଲ୍ ସି.ପି. ମହାନ୍ତିଙ୍କ ଅଭିଜ୍ଞତା ରହିଛି । ଭାରତୀୟ ସେନାର କମାଣ୍ଡର ଭାବେ ଦାୟିତ୍ୱ ସମ୍ଭାଳିବାରେ ଦ୍ୱିତୀୟ ଓଡ଼ିଆ ହେଉଛନ୍ତି ସି. ପି. ମହାନ୍ତି । ପୂର୍ବରୁ ଲେଫ୍ଟନାଣ୍ଟ କଲୋନେଲ୍ ଜେ. କେ. ମହାନ୍ତି ମଧ୍ୟ କମାଣ୍ଡର ହୋଇଥିଲେ । (ଏଜେନ୍ସି)

Related posts