Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତେର ବର୍ଷୀୟ ବାଳିକା ଗର୍ଭବତୀ : ପ୍ରେମିକଙ୍କ ବୟସ ମାତ୍ର ଦଶ ବର୍ଷ
ଆଜିର ଖବର

ତେର ବର୍ଷୀୟ ବାଳିକା ଗର୍ଭବତୀ : ପ୍ରେମିକଙ୍କ ବୟସ ମାତ୍ର ଦଶ ବର୍ଷ

January 24, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ନୂଆଦିଲ୍ଲୀ : ତେର ବର୍ଷ ବାଳିକାର ଗର୍ଭସ୍ଥ ସନ୍ତାନର ପିତାଙ୍କୁ ମାତ୍ର ଦଶ ବର୍ଷ । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଶୁଣିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ରୁଷ୍‌ର ଜଣେ 13 ବର୍ଷୀୟ ବାଳିକା ନିଜ ଗର୍ଭରେ ବଢୁଥିବା ସନ୍ତାନର ପିତା ଭାବେ ତାଙ୍କର ପ୍ରେମିକକୁ ଦାବି କରିଥିବାବେଳେ ତାଙ୍କ ପ୍ରେମିକଙ୍କ ବୟସ ମାତ୍ର ଦଶ ବର୍ଷ । ଯାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା । ବାଳିକାଙ୍କ କଥା ଶୁଣି ପରିବାର ଲୋକଙ୍କ ସମେତ ଡାକ୍ତର ମଧ୍ୟ ବେଶ୍‌ ଚକିତ ହୋଇଛନ୍ତି । ବାଳିକାଙ୍କ କହିବାନୁସାରେ ପ୍ରାୟ ଏକ ବର୍ଷ ପୂର୍ବେ ସେ ତାଙ୍କ ପ୍ରେମିକଙ୍କୁ ଭେଟିଥିଲେ। ଏବଂ ପ୍ରଥମ ଦେଖାରେ ତାଙ୍କୁ ପ୍ରେମ ହୋଇଯାଇଥିଲା ।

ରୁଷର ଏହି ବାଳିକାଙ୍କ ନାମ ଡାରିଆ ଓ ତାଙ୍କ ପ୍ରେମିକଙ୍କ ନାମ ହେଉଛି ଇବାନ୍‌।  ଦୁଇ ଜଣ ଯାକ ଏକ ଟିଭି ଶୋ’ରେ ଅଂଶଗ୍ରହଣ କରିଥିଲେ। ସେହି ଶୋ’ରେ ଅଂଶଗ୍ରହଣ କରି ସେମାନଙ୍କ ସମ୍ପର୍କକୁ ନେଇ ପଚାରାଯାଇଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ। ଦ ରୁଷିଆ 1 ଚ୍ୟାନେଲ୍‌ରେ ‘ଫାଦର୍‌ ଆଟ୍‌ 10 !?’ରେ ତାଙ୍କର କାହାଣୀ ପ୍ରଦର୍ଶନ ହୋଇଥିଲା।

କିନ୍ତୁ ଇବାନ୍‌ଙ୍କକୁ ପରୀକ୍ଷା କରୁଥିବା ଡାକ୍ତରଙ୍କ କହିବାନୁସାରେ ଇଭାନ୍‌ଙ୍କ ବୟସ ଅପେକ୍ଷାକୃତ କମ୍‌ ଥିବାରୁ ସେ ସ୍ପର୍ମ ପ୍ରଡ୍ୟୁସନ୍‌ କରିବା ପାଇଁ କମ୍‌ ମ୍ୟାଚୁର୍‌ ବୋଲି କହିବା ସହିତ ସେ ଏହି ସନ୍ତାନର ପିତା ନୁହଁନ୍ତି ବୋଲି କହିଛନ୍ତି। କିନ୍ତୁ ବାଳିକା ଜଣକ ଇଭାନ୍‌ଙ୍କ ବ୍ୟତୀତ ତାଙ୍କର ଆଉ କେହି ପାର୍ଟନର୍‌ ନଥିବାର କହିଛନ୍ତି ।  ଦୁଇ ପିଲାଙ୍କ ଅଭିଭାବକ ଟିଭି ଶୋ’ରେ ଅଂଶଗ୍ରହଣ କରିବାକୁ ସହମତି ଜଣାଇବା ସହିତ ଦୁଇଜଣଙ୍କର ମେଡିକାଲ୍‌ ପରୀକ୍ଷା କରିବା ପାଇଁ ମଧ୍ୟ ଅନୁମତି ଜଣାଇଥିଲେ । ତେବେ ଏହି ଦୁଇଜଣଙ୍କୁ ନେଇ ସେଠାରେ ବେଶ ତର୍କ ସୃଷ୍ଟି ହୋଇଛି। ତେବେ 8 ସପ୍ତାହର ଗର୍ଭବତୀ ଥିବା ବାଳିକା ଓ ତାଙ୍କ ମାତା ଏହି ପିଲାକୁ ରଖିବାକୁ ଚାହିଁଛନ୍ତି । ସେହିପରି ବାଳକଙ୍କ ମାତା ମଧ୍ୟ ଏହି ଘଟଣାକୁ ନେଇ ସହଜ ରହିଛନ୍ତି । ବାଳିକା ଜଣକ କହିଛନ୍ତି ଯେ, ସେ ଓ ତାଙ୍କ ବୟଫ୍ରେଣ୍ଡ୍‌ ଦୁଇଜଣଙ୍କର ପୂରା ଯତ୍ନ ନେଉଛନ୍ତି। ଦୁଇଜଣ ସୋସିଆଲ ମିଡିଆରେ ନିଜକୁ ମ୍ୟାରେଡ୍‌ କପଲ୍‌ ବୋଲି କହିଛନ୍ତି। କିନ୍ତୁ ଏହି ଦୁଇଜଣଙ୍କୁ ସେଠାରେ ବହୁ ଲୋକଙ୍କର ଆକ୍ରୋଶର ଶିକାର ହେବାକୁ ପଡୁଛି। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ : ଲଲୁଙ୍କ ସ୍ଥାନ ନେଲେ ଲାଲଜୀ

June 26, 2026

କୃଷ୍ଣପ୍ରସାଦରୁ ନାବାଳିକାକୁ ଉଦ୍ଧାର କଲା ବାଣପୁର ପୋଲିସ: ଝାରପଡ଼ା ଜେଲ ଗଲେ ଅଭିଯୁକ୍ତ

June 26, 2026

ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ନାକଟିଦେଉଳ କଲେଜରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

June 26, 2026

ବାଣପୁର ପୋଲିସର ଚଢ଼ାଉ: ଦେଶିମଦ ଜବତ, ଦୁଇ ଗିରଫ

June 26, 2026
Latest News

ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ ଓ ଏନସିବିର ବାର୍ଷିକ ରିପୋର୍ଟ- ୨୦୨୫’ ଉନ୍ମୋଚିତ

June 26, 2026

ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ : ଲଲୁଙ୍କ ସ୍ଥାନ ନେଲେ ଲାଲଜୀ

June 26, 2026

କୃଷ୍ଣପ୍ରସାଦରୁ ନାବାଳିକାକୁ ଉଦ୍ଧାର କଲା ବାଣପୁର ପୋଲିସ: ଝାରପଡ଼ା ଜେଲ ଗଲେ ଅଭିଯୁକ୍ତ

June 26, 2026

ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ନାକଟିଦେଉଳ କଲେଜରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

June 26, 2026

ବାଣପୁର ପୋଲିସର ଚଢ଼ାଉ: ଦେଶିମଦ ଜବତ, ଦୁଇ ଗିରଫ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.