ନୋ ପଲିଟିକ୍ସ: ଭାଙ୍ଗିଲା କଲେଜ ପରିଚାଳନା କମିଟ, ବିଧାୟକ ନୁହେଁ, ଉପଜିଲ୍ଲାପାଳ ହେବ କମିଟର ସଭାପତି

Published: Jan 24, 2020, 8:24 pm IST

ଭୁବନେଶ୍ବର- ଶେଷରେ କଲେଜର ପରିଚାଳନା କମିଟକୁ ଆଜି ଉଚ୍ଚଶିକ୍ଷା ବିଭାଗ ଭାଙ୍ଗି ଦେଇଛନ୍ତି। ଏ ନେଇ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନ ନୂଆ ନିୟମ ଅନୁସାରେ ଏଣିକି ପରିଚାଳନା କମିଟର ସଭାପତି ଭାବେ ରହିବେ ସେହି ଜିଲ୍ଲାର ଉପଜିଲ୍ଲାପାଳ। ଯେଉଁ ଜିଲ୍ଲାରେ ଦୁଇ ଜଣ ଉପଜିଲ୍ଲାପାଳ ଥିବେ, ସେଠାରେ ସେହି ଜିଲ୍ଲା କଲେଜରେ କିଏ ସଭାପତି ହେବେ ତାହା ଜିଲ୍ଲାପାଳ ନିଷ୍ପତି ନେବେ। ପରବର୍ତ୍ତି ବିଜ୍ଞପ୍ତି ପର୍ଯ୍ୟନ୍ତ ଏହାକୁ ଲାଗୁ କରିବା ପାଇଁ ବିଭାଗ ତରଫରୁ କଡା ନିର୍ଦ୍ଦେଶ ଦିଆଯାଇଛି। ଗତ ଗୁରୁବାର ଦିନ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କଲେଜ ପରିଚାଳନା କମିଟରେ ବିଧାୟକ ରହିବେ ନାହିଁ ବୋଲି ଘୋଷଣା କରିଥିଲେ। କଲେଜ ପରିଚାଳନା କମିଟରେ ସେହି ଜିଲ୍ଲାର ଶିକ୍ଷାବିତ ଏବଂ ଅଭିଭାବକଙ୍କୁ ନେଇ କରାଯିବ ବୋଲି କହିଥିଲେ। ସେହି ଅନୁସାରେ ଆଜି ବିଭାଗ ଆଜି ଏହି ବିଜ୍ଞପ୍ତି ପ୍ରକାଶ କରି ପୁରୁଣା କମିଟକୁ ଭାଙ୍ଗି ଦେଇଛନ୍ତି। ତେବେ ଏହାକୁ ନେଇ ମନ୍ତ୍ରୀ ସୁଶାନ୍ତ ସିଂ ଏକ ମନ୍ତବ୍ୟ ପ୍ରସଂଗକୁ ବିବାଦୀୟ କରିଦେଇଥିଲା। ସୁଶାନ୍ତ କହିଥିଲେ ଯେ, ବିଧାୟକମାନେ କମିଟର ସଭାପତି ନ ହେଲେ ମଧ୍ୟ ସଦସ୍ୟ ହେବା ଆବଶ୍ୟକ। ହେଲେ ଏହାକୁ ନେଇ ବିଭାଗ ତରଫରୁ କୌଣସି ପ୍ରତିକ୍ରିୟା ରଖା ଯାଇ ନ ତିଲା। ବରଂ ପୁରୁଣା କମିଟକୁ ଭାଙ୍ଗି ଦିଆଗଲା। କଲେଜଗୁଡିକୁ ରାଜନୈତିକ ମୁକ୍ତ କରିବା ପାଇଁ ନବୀନ ସରକାରଙ୍କ ଏହା ଏକ ବଡ ପଦକ୍ଷେପ ବୋଲି ଜଣାପଡିଛି।

Related posts