Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୟପୁରରେ ମୋଦି ସରକାରଙ୍କ ଉପରେ ବର୍ଷିଲେ ରାହୁଲ୍‌
ଆଜିର ଖବର

ଜୟପୁରରେ ମୋଦି ସରକାରଙ୍କ ଉପରେ ବର୍ଷିଲେ ରାହୁଲ୍‌

January 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଜୟପୁର : କଂଗ୍ରେସ ନେତା ରାହୁଲ୍‌ ଗାନ୍ଧି ରାଜସ୍ଥାନ ଜୟପୁରଠାରେ ଏକ ଯୁବ ଆକ୍ରୋଶ ରାଲିକୁ ସମ୍ବୋଧିତ କରିଛନ୍ତି । କଂଗ୍ରେସ ନେତା ଏହି ରାଲିରେ ମୋଦି ସରକାର ଉପରେ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଛବିକୁ କ୍ଷତି ପହଞ୍ଚାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ରାହୁଲ୍‌ କହିଛନ୍ତି ଯେ, ଭାରତରେ ରହିଥିବା ଭାଇଚାରର ଛବିକୁ ମୋଦି ନଷ୍ଟ କରୁଛନ୍ତି । ଏହି ରାଲିରେ ରାହୁଲ୍‌ ଗାନ୍ଧି ବେରୋଜଗାରକୁ ସରକାରକୁ ଘେରିଛନ୍ତି। କଂଗ୍ରେସ ନେତା ରାହୁଲ୍‌ କହିଛନ୍ତି ଯେ, ଆଜି ନିବେଶକମାନେ ଭାରତରେ ନିବେଶ କରିବାକୁ ଡରୁଛନ୍ତି, କାରଣ ଏଠାରେ ହିଂସା ହେଉଛି । ଭାରତର ସରକାର ହିଂସାକୁ ଅଗ୍ରାଧିକାର ଦେଉଛନ୍ତି । ନରେନ୍ଦ୍ର ମୋଦି ଭାରତର ଭାଇଚାରର ଛବିକୁ ଭାଙ୍ଗି ଛନ୍ତି । ଆଗରୁ ଲୋକେ କହୁଥିଲେ ପାକିସ୍ତାନର ହିଂସାର ମାହୋଲ୍‌ ବୋଲି । ପାକିସ୍ତାନକୁ ହିଂସାର ଦେଶ କୁହାଯାଉଥିବାବେଳେ ଭାରତକୁ ପ୍ରେମର ଦେଶ ବୋଲି କୁହାଯାଉଥିଲା । କିନ୍ତୁ ମୋଦି ସରକାର ଭାରତର ଏହି ଛବିକୁ ମଳିନ କରିଛନ୍ତି । ଏବେ ଭାରତକୁ ରେପ୍‌ କ୍ୟାପିଟାଲ୍‌ ବୋଲି କୁହାଯାଉଛି ।

ଆମ ଦେଶର ସବୁଠୁ ବଡ ପୁଞ୍ଜି ହେଉଛନ୍ତି ଯୁବକ । କିନ୍ତୁ ଏବେ ଭାରତର ଏହି ପୁଞ୍ଜିକୁ ଏବେ ନଷ୍ଟ କରାଯାଉଛି। ଆଜି ଯଦି ଯୁବକ ସରକାରକୁ ପ୍ରଶ୍ନ ପଚାରିବ, ତେବେ ତାଙ୍କ ଉପରେ ସରକାର ଗୁଳି ଚଳାଇବେ । ପ୍ରଧାନମନ୍ତ୍ରୀ ଛାତ୍ରଙ୍କ ସହ ସାକ୍ଷାତ କରିବା ଉଚିତ୍‌ । ଗୋଟିଏ ଧର୍ମକୁ ଆଉ ଗୋଟିଏ ଧର୍ମ ସହ ଲଢାଇ କରାଇ ଆମ ତ୍ରିରଙ୍ଗାର ଅପମାନ କରୁଛନ୍ତି ସରକାର, ଯାହା ଏବେ ଆଉ ଚଳିବ ନାହିଁ ବୋଲି କହିଛନ୍ତି ରାହୁଲ୍‌ ।

ଭାରତରେ ଏକ କୋଟି ଯୁବକ ରୋଜଗାର ହରାଇଛନ୍ତି, ଯେତେବେଳେ ପ୍ରଧାନମନ୍ତ୍ରୀ 2 କୋଟି ଯୁବକଙ୍କୁ ରୋଜଗାର ଦେବା ପାଇଁ କହିଥିଲେ । ପ୍ରଧାନମନ୍ତ୍ରୀ କେବଳ ଲମ୍ବା ଲମ୍ବା ଭାଷଣ ଦିଅନ୍ତି, ସିଏଏ-ଏନ୍‌ଆରସି-ଏନ୍‌ପିଆରର କଥା କହୁନ୍ତି, କିନ୍ତୁ ବେରୋଜଗାର ଉପରେ କିଛି କୁହନ୍ତି ନାହିଁ । (ଏଜେନ୍ସି)

jayapura modigovt unemployment
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026
Latest News

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.