Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁନନ୍ଦା ପଟ୍ଟନାୟକଙ୍କ ନାମରେ ପ୍ରତିଷ୍ଠା ହେବ ଏକ ଚେୟାର, ଦିଆଯିବ ସୁନନ୍ଦା ସମ୍ମାନ: ମୁଖ୍ୟମନ୍ତ୍ରୀ କଲେ ଘୋଷଣା
ଆଜିର ଖବର

ସୁନନ୍ଦା ପଟ୍ଟନାୟକଙ୍କ ନାମରେ ପ୍ରତିଷ୍ଠା ହେବ ଏକ ଚେୟାର, ଦିଆଯିବ ସୁନନ୍ଦା ସମ୍ମାନ: ମୁଖ୍ୟମନ୍ତ୍ରୀ କଲେ ଘୋଷଣା

January 28, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ନିକଟରେ ମୃତ୍ୟୁବରଣ କରିଥିବା ପ୍ରଖ୍ୟାତ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ନାମରେ ପ୍ରତିଷ୍ଠା ହେବ ଏକ ଚେୟାର। ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଏହି ଚେୟାର ପ୍ରତିଷ୍ଠା କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହାର ନାମକରଣ ଗୁରୁମା ସୁନନ୍ଦା ପଟ୍ଟନାୟକ ରହିବ। ଏଥିରେ ସଂଗୀତ ଛାତ୍ରଛାତ୍ରୀମାନେ ଶାସ୍ତ୍ରୀୟ ସଂଗୀତ ଉପରେ ଉଚ୍ଚତର ଗବେଷଣା ତଥା ଶିକ୍ଷା ଲାଭ କରିପାରିବେ। ସେହିପରି ପ୍ରତିବର୍ଷ ଓଡିଶା ସଂଗୀତ ନାଟକ ଏକାଡେମୀ ତରଫରୁ ଜଣେ ପ୍ରତିଷ୍ଠିତ ସଂଗୀତଜ୍ଞଙ୍କୁ ସୁନନ୍ଦା ସମ୍ମାନରେ ସମ୍ମାନିତ କରାଯିବ ବୋଲି ମଧ୍ୟ ନିଷ୍ପତି ଗ୍ରହଣ କରାଯାଇଛି। ତାଙ୍କ ସ୍ମୃତିରେ ବୁଧୁବାର ଦିନ ରାଜ୍ୟ ସରକାରଙ୍କ ତରଫରୁ ଏକ ଶୋକସଭାର ମଧ୍ୟ ଆୟୋଜନ କରାଯାଇଛି। ଗୁରୁକେଳୁ ଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ପ୍ରକ୍ଷାଳୟରେ ଏହି ସଭାର ଆୟୋଜନ କରାଯାଇଛି। ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାରଙ୍କର ସୁନନ୍ଦ ପଟ୍ଟନାୟକଙ୍କ ପ୍ରତି ଦରଦ ଉଦୟ ହୋଇଛି। ବିଭିନ୍ନ ମହଲରେ ସୁନନ୍ଦାଙ୍କ ପାଇଁ ଓଡିଶା କିଛି କରି ନାହିଁ ବୋଲି ସମାଲୋଚନା ପ୍ରକାଶ ପାଇଥିଲା। ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଥିବାର ଜଣାପଡିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀମାନଙ୍କୁ ପେନସନ୍ ଦାବିରେ ଗାନ୍ଧିମାର୍ଗରେ ଗଣଧାରଣା ଜାରୀ

August 26, 2026

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବମାନଙ୍କର ଜାତୀୟ ସମ୍ମିଳନୀ

August 26, 2026

ରାକ୍ଷୀପୂର୍ଣ୍ଣିମା ପୂର୍ବରୁ ଆଖିବୁଜିଲେ ଭାଇ-ଭଉଣୀ: ସାପ କାମୁଡ଼ାରେ ୪ ମୃତ

August 26, 2026

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର କାର୍ଯ୍ୟ ଅଗ୍ରଗତି ସମୀକ୍ଷା

August 26, 2026
Latest News

ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀମାନଙ୍କୁ ପେନସନ୍ ଦାବିରେ ଗାନ୍ଧିମାର୍ଗରେ ଗଣଧାରଣା ଜାରୀ

August 26, 2026

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବମାନଙ୍କର ଜାତୀୟ ସମ୍ମିଳନୀ

August 26, 2026

ରାକ୍ଷୀପୂର୍ଣ୍ଣିମା ପୂର୍ବରୁ ଆଖିବୁଜିଲେ ଭାଇ-ଭଉଣୀ: ସାପ କାମୁଡ଼ାରେ ୪ ମୃତ

August 26, 2026

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର କାର୍ଯ୍ୟ ଅଗ୍ରଗତି ସମୀକ୍ଷା

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.