ବିପ୍ଳବୀ କବି ରବି ସିଂଙ୍କ ବିୟୋଗରେ ଗଭୀର ଶୋକ ପ୍ରକଟ କଲେ ମୁଖ୍ୟମନ୍ତ୍ରୀ : ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ରବି ସିଂଙ୍କ ଶେଷକୃତ୍ୟ

Published: Feb 2, 2020, 2:00 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କବି ରବି ସିଂଙ୍କ ବିୟୋଗରେ ଗଭୀର ଶୋକ ପ୍ରକଟ କରିଛନ୍ତି । ଜଣେ ପ୍ରତିଭାଶାଳୀ ତଥା ବିପ୍ଳବୀ କବି ରୂପରେ ପରିଚିତ ରବି ସିଂଙ୍କ ମୃତ୍ୟରେ ଓଡ଼ିଆ ଆଧୁନିକ ସାହିତ୍ୟରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି କହିବା ସହିତ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାର ଲୋକପ୍ରିୟ କବି ରବି ସିଂଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।  ଓଡ଼ିଆ ସାହିତ୍ୟ ପ୍ରତି କବିଙ୍କର ଅବଦାନ ଅତୁଳନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Related posts