ରଞ୍ଜିତ ପଣ୍ଡା
ପାରାଦୀପ: ଗତକାଲି ପାରାଦ୍ବୀପଠାରେ ବିଳମ୍ବିତ ରାତ୍ରିରେ ଜଣେ ସାମ୍ବାଦିକଙ୍କ ଅମାନବୀୟ କାର୍ଯ୍ୟ ସାମ୍ନାକୁ ଆସିଛି। ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ମାଡ ଖାଇଥିବାର ଖବର ଶୁଣିବାକୁ ମିଳିଛି। ବ୍ୟକ୍ତି ଜଣକ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇଥିବାବେଳେ ବଳପୂର୍ବକ ଜଣେ ମହିଳାଙ୍କ ଘରେ ପଶି ଅସଦାଚରଣ କରିଥିବାର ମହିଳାଜଣକ ଅଭିଯୋଗ କରିଛନ୍ତି। ତେବେ ମହିଳା ଜଣକ ବ୍ୟକ୍ତିଙ୍କୁ ଦେଖି ଚିତ୍କାର କରିବାରୁ ପାଖ ପଡୋଶୀର ମହିଳାମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ସମ୍ପୃକ୍ତ ବ୍ୟକ୍ତିଙ୍କୁ କାବୁ କରିବା ସହିତ ନିସ୍ତୁକ ମାଡ଼ ମାରିଛନ୍ତି।
ପୂର୍ବରୁ ଏହି ସାମ୍ବାଦିକ ଜଣକ ଅନେକ ଠକେଇ ମାମଲା ସହିତ ଦୁଷ୍କର୍ମ ମାମଲାରେ ମଧ୍ୟ ଜଡିତ ରହିଥିଲେ। ୨୦୧୪ରେ ସମ୍ପୃକ୍ତ ସାମ୍ବାଦିକ ଜଣକ ନାମରେ ନାବାଳିକା ଦୁଷ୍କର୍ମ ଅଭିଯୋଗ ରହିଥିଲା। ସାମ୍ବାଦିକଙ୍କୁ ନାମରେ ପାରଦୀପ ଥାନାରେ କେଶ ନଂ ୩୯/୧୭ ଜରିଆରେ ୧୬୨/୨୦୧୪ ଦଫା ୩୫୪(କ)୧, ୩୨୩, ୩୯୪, ୫୦୬ରେ ମାମଲା ରୁଜୁ ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତିଜଣକ ପାରାଦୀପ ଅଞ୍ଚଳ ଅନ୍ତର୍ଗତ ଷଣ୍ଢକୁଦ ମୌଜାରେ ବସବାସ କରନ୍ତି। ପୂର୍ବରୁ ଚିଟ୍ଫଣ୍ଡ୍ ସଂସ୍ଥା ସହ ଜଡିତ ରହି ଗରିବ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇ ଫେରାର ରହିଥିଲେ। ଏତେ ସବୁ ଅପରାଧୀକ କାର୍ଯ୍ୟକଳାପରେ ଲିପ୍ତ ରହି ମଧ୍ୟ ସେ ଦୈନିକ ଏକ ଖବରକାଗଜରେ ସାମ୍ବାଦିକ ରୂପେ କାର୍ଯ୍ୟରତ କରୁଛନ୍ତି। ସାମ୍ବାଦିକ ପରି ଏକ ବିଶ୍ବସନୀୟ ପେଶାରେ ଏପରି ଅପରାଧୀ ମାନେ ଏହାର ଗାରିମାକୁ କ୍ଷୁଣ୍ଣ କରୁଛନ୍ତି।