ସିଟି ହସ୍ପିଟାଲ ଦାବିକୁ ନେଇ ବରଗଡ ବନ୍ଦ

Published: Feb 3, 2020, 11:45 am IST

ସମୀକ୍ଷା ବ୍ୟରୋ

ବରଗଡ : ସିଟି ହସ୍ପିଟାଲ ଦାବି ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜି ବରଗଡ଼ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ଜନସାଧାରଣ ସ୍ବତସ୍ଫୂର୍ତ୍ତ ଭାବରେ ସମର୍ଥନ କରି ଦୋକାନ ବଜାର ବନ୍ଦ ରଖିଛନ୍ତି । ସହର ମଧ୍ୟରେ ଗମନା ଗମନ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି ।  ଉଭୟ ବିଜେପି ଓ କଂଗ୍ରେସ  ଦଳ ଏହି ବନ୍ଦକୁ ସମର୍ଥନ କରିଛନ୍ତି । ସହରରେ ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଛି । ସୂଚନାଯୋଗ୍ୟ ଯେ, ବରଗଡ଼ରେ ଭଟଲି ବ୍ଲକର ଟୁକୁର୍ଲାକୁ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ ପରେ ବରଗଡ଼ ସହର ଲୋକ ଏହାକୁ ତୀବ୍ର ବିରୋଧ କରିଛନ୍ତି । ସହରରେ ସେଭଳି କୌଣସି ଭଲ ସରକାରୀ ହସପିଟାଲ ନଥବାରୁ ବରଗଡ ସହରରେ ଏକ ସିଟି ହସ୍ପିଟାଲ ନିର୍ମାଣ କରାଯାଉ ବୋଲି ବରଗଡ଼ବାସୀ ଦାବି ଜଣାଇଛନ୍ତି ।

Related posts