କାଶ୍ମୀରର ସମସ୍ୟାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କଲେ ଜାୟାରା ଓ୍ବାସିମ୍‌

Published: Feb 4, 2020, 9:48 am IST

କାଶ୍ମୀର : ଫିଲ୍ମ ଦୁନିଆକୁ ବିଦାୟ ଦେଇ ସାରିଥିବା ବଲିଉଡ ଅଭିନେତ୍ରୀ ଜାୟାରା ଓ୍ବାସିମ୍‌ କାଶ୍ମୀରର ସମସ୍ୟାକୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ଜାୟାରା  କେତେଗୁଡ଼ିଏ ଗମ୍ଭୀର ସମସ୍ୟା ଉପରେ ପ୍ରଶ୍ନ କରିଛନ୍ତି। ଏହା ସହିତ କାଶ୍ମୀରର ପରିସ୍ଥିତି ସମ୍ପର୍କରେ ମଧ୍ୟ କିଛି କହିଛନ୍ତି। ଜାୟାରା ଏହି ପୋଷ୍ଟରେ ଲେଖିଛନ୍ତି ଯେ, କାଶ୍ମୀର ଲୋକଙ୍କ ସ୍ବାଧୀନତା ଉପରେ ଯିଏ ବି ଯେକୌଣସି ସମୟରେ ପ୍ରତିବନ୍ଧକ ଲଗାଇ ପାରୁଛି।  କାଶ୍ମୀରୀ ଲଗାତାର ଭାବରେ ଆଶା ଓ ନୈରାଶ୍ୟ ଭିତରେ ଗତି କରୁଛି। ନିରାଶା ଓ ଦୁଃଖର ସ୍ଥାନ ଭିତରେ ଶାନ୍ତି ରହିଛି ଭଲି ମିଥ୍ୟା ପ୍ରଚାର କରାଯାଉଛି। ସେହିପରି ଜୟାରା କହିଛନ୍ତି ଯେ, ଆମ ସ୍ବରକୁ ଦବାଇବା ଏତେ ସହଜ କ’ଣ ପାଇଁ ? ଆମ ଅଭିବ୍ୟକ୍ତି ଓ ସ୍ବତନ୍ତ୍ରତା ଉପରେ ପ୍ରତିବନ୍ଧକ ଏତେ ସହଜରେ କେମିତି ଲାଗୁପାରୁଛି। ଆମକୁ ଆମ ବିଚାର ଓ କଥା ରଖିବା ପାଇଁ ସ୍ବାଧୀନତା କ’ଣ ପାଇଁ ଦିଆଯାଉନାହିଁ ବୋଲି କହିଛନ୍ତି। ଆମେ ନିଡର ଓ ଚିନ୍ତାଶୂନ୍ୟରେ କ’ଣ ପାଇଁ ବଞ୍ଚି ପାରୁନି ବୋଲି ପ୍ରଶ୍ନ କରିଛନ୍ତି ଜାୟାରା। କାଶ୍ମରୀରେ ଅଧିବାସୀଙ୍କ ସମସ୍ୟାକୁ ନେଇ କେହି କିଛି କହୁ ନଥିବାବେଳେ ସେଠାରେ ପରିସ୍ଥିତି ଶାନ୍ତ ରହିଛି ବୋଲି ମିଥ୍ୟା ପ୍ରଚାର ଚାଲିଛି ବୋଲି କହିଛନ୍ତି ଜାୟାରା। କାଶ୍ମୀର ଉପରୁ ଧାରା 370 ଉଚ୍ଛେଦ କରାଯାଇଥିବା ପରେ ରାଜ୍ୟରେ ଶାନ୍ତି ତଥା ପରିସ୍ଥିତି ସ୍ବାଭାବିକ ରହିଛି ବୋଲି ସରକାରଙ୍କ ତରଫରୁ କୁହାଯାଉଛି। (ଏଜେନ୍ସି)

Related posts