
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ମହିଳାଙ୍କ ପ୍ରତି ଅତ୍ୟାଚାର ବଢୁଥିବା ବେଳେ ଦିଲ୍ଲୀରେ ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଛି । ନୂଆଦିଲ୍ଲୀ ସ୍ଥିତ ଆମେରିକୀୟ ଦୂତାବାସରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଛି । ଆମେରିକୀୟ ଦୂତାବାସରେ ଗତ ଶନିବାର ଦିନ ଏହି କାଣ୍ଡ ଘଟିଥିବା ବେଳେ ବୁଧବାର ଦିନ ଦିଲ୍ଲୀ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ଘଟଣାରେ ପୋଲିସ୍ ଜଣେ ଡ୍ରାଇଭରକୁ ଗିରଫ କରିଛି । ଶନିବାର ସକାଳ 9ଟା ସମୟରେ ଏହି ଦୁଷ୍କର୍ମ ଘଟିଥିବା ନେଇ ଏସିପି ପ୍ରଜ୍ଞା ସୂଚନା ଦେଇଛନ୍ତି । ପୀଡିତାଙ୍କ ମା ଉକ୍ତ ଦୂତାବାସରେ ଜଣେ ସଫେଇ କର୍ମଚାରୀ ଭାବରେ କାର୍ଯ୍ୟରତ । ନାବାଳିକା ଜଣକ ନିଜ ମାଙ୍କୁ ଭେଟିବାକୁ ଆସିଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା । ଚାଣକ୍ୟପୁରୀ ପୋଲିସ୍ ଷ୍ଟେସନ୍ରେ ରବିବାର ଦିନ ପୀଡିତାଙ୍କ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା । (ଏଜେନ୍ସି)