କରୋନା ଭାଇରସ୍‌ : ମୃତ ସଂଖ୍ୟା 630କୁ ଛୁଇଁଲା

Published: Feb 7, 2020, 8:41 am IST

ଚୀନ୍‌ : ଭୟଙ୍କର ରୂପ ନେଉଛି ଘାତକ କରୋନା ଭାଇରସ୍‌ । ଏଥିରେ ମୃତ୍ୟୁସଂଖ୍ୟା 630ରେ ପହଞ୍ଚିଲାଣି । ଗୋଟିଏ ଦିନରେ କରୋନା ସତୁରୀ ଜଣଙ୍କ ଜୀବନ ନେଇଥିବାର ସୂଚନା ମିଳିଛି । ଆକ୍ରାନ୍ତଙ୍କ ସଂଖ୍ୟା 30 ହଜାରରୁ ଅଧିକ ନେଇ ସ୍ପଷ୍ଟ କରିଛନ୍ତି ସ୍ବାସ୍ଥ୍ୟ କମିଶନ । କରୋନାକୁ ବିଶ୍ବ ସଂକଟ ଭାବେ ଘୋଷଣା କରିଛି ଡବ୍ଲୁ ଏଚ୍‌ଓ। କରୋନା ଭାଇରସ୍‌କୁ ସର୍ବପ୍ରଥମେ ଦୁନିଆକୁ ଚିହ୍ନାଇଥିବା ଡାକ୍ତର ଲି ବେନେଲିଆନ୍ସଙ୍କ ଗୁରୁବାର ଦିନ ମୃତ୍ୟୁ ହୋଇଯାଇଛି । ଡାକ୍ତର କରୋନା କବଳରେ ଆସି ମୃତ୍ୟୁବରଣ କରିଛନ୍ତି ।ତେବେ ଚୀନରୁ ଭାରତ ଫେରିଥିବା ସମସ୍ତ 645 ଜଣଙ୍କ ନମୁନା ନେଗେଟିଭ୍‌ ସୂଚନା ରହିଛନ୍ତି । (ଏଜେନ୍ସି)

Related posts