ସ୍କୁଲକୁ କରୋନା ଗାଇଡଲାଇନ୍‌

Published: Feb 7, 2020, 3:56 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : କରୋନା ଭାଇରସ ଭୟଙ୍କର ଭାବେ ନିଜ କାୟା ବିସ୍ତାର କରିବାରେ ଲାଗିଛି । କରୋନା ଆକ୍ରାନ୍ତ ହୋଇଥିବା ରୋଗୀ ମୃତ୍ୟୁ ସଂଖ୍ୟା ଏବେ ୬୩୦ରେ ପହଞ୍ଚିଛି । ଓଡ଼ିଶାରେ କରୋନା ମୁକାବିଲା ପାଇଁ ସ୍କୁଲଗୁଡ଼ିକୁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଛି । ଓଡ଼ିଶାରେ କରୋନା ମୁକାବିଲା ପାଇଁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ଭିଡ଼ିଓ କନଫେରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ପିଲାମାନେ ସାନିଟାଇଜରରେ ହାତ ଧୋଇବେ, ରୁମାଲ ଦେଇ ଛିଙ୍କିବେ, କାଶିବେ, ସକାଳ ପ୍ରାର୍ଥନା କ୍ଲାସରେ ପିଲାଙ୍କୁ ଏସବୁ ନେଇ ସଚେତନ କରିବାକୁ ସ୍କୁଲଗୁଡ଼ିକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଗାଇଡ଼ଲାଇନ ପିଲାମାନଙ୍କୁ ସଠିକ ଅବଗତ କରାଯିବାକୁ ବିଇଓ, ଡିଇଓ ଅନୁଧ୍ୟାନ କରିବେ । ଓଡ଼ିଶାରେ କରୋନା ଆକ୍ରାନ୍ତ ନାହାଁନ୍ତି ଓ ସ୍ଥିତି ନିୟନ୍ତ୍ରଣରେ ରହିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ, ଡିଏମଇଟି ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Related posts