ପଥରରେ ଛେଚି ମାରିଦେଲେ, 3 ଅଟକ

Published: Feb 8, 2020, 10:13 am IST

ସମୀକ୍ଷା ବ୍ୟୁରୋ

ପିପିଲି : ପିପିଲିଠାରେ ଏକ ବିବାହ ଭୋଜିରେ ଗଣ୍ଡଗୋଳ ହୋଇଥିବାବେଳେ ପଥରରେ ଛେଚି ଜଣକୁ ହତ୍ୟା କରାଯାଇଛି ।  ଡେଲାଙ୍ଗ ଥାନା ରେଙ୍ଗଳ ଗ୍ରାମରେ ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଭୋଜି ଖାଇବାକୁ ଯାଇଥିବା କାଶୀନାଥ ମହାପାତ୍ର । ହତ୍ୟା ସନ୍ଦେହରେ ଡେଲାଙ୍ଗ ଥାନାରେ ତିନିଜଣଙ୍କୁ ଅଟକ ରଖିଛି ପୋଲିସ୍‌ । ନିଶାସକ୍ତ ହୋଇ ଦୁଇ ଗୋଷ୍ଠୀ ଗଣ୍ଡଗୋଳରୁ ଜଣଙ୍କ ଜୀବନ ଯାଇଥିବାର ସୂଚନା ମିଳିଛି ।

Related posts