ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ଦୁଷ୍କର୍ମ : ଅଭିଯୁକ୍ତ ଫେରାର୍‌

Published: Feb 8, 2020, 11:36 am IST

ସମୀକ୍ଷା ବ୍ୟୁରୋ

ଧର୍ମଗଡ଼ : ଧର୍ମଗଡ଼ ଥାନା ଅଞ୍ଚଳରେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏନେଇ ପୀଡ଼ିତା ମହିଳାଜଣକ ଧର୍ମଗଡ଼ ଥାନାରେ ଏତଲା ଦେଇଛନ୍ତି । ଛାଡପତ୍ର ମାମଲା ଲଢୁଥିବା ଓକିଲଙ୍କ ସହଯୋଗୀ ତାଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ କରିଛନ୍ତି ପୀଡ଼ିତା । ସୂଚନାଯୋଗ୍ୟ ଯେ, ଦୀର୍ଘ ୬ ବର୍ଷ ହେଲା ସ୍ବାମୀ ପରିତ୍ୟକ୍ତା ମହିଳା ଜଣଙ୍କ କ୍ଷତିପୂରଣ ପାଇବା ପାଇଁ ଆଇନଜୀବୀଙ୍କ ଦ୍ବାରସ୍ଥ ହୋଇଥିଲେ । କେସ୍ ଲଢୁଥିବା ଆଇନଜୀବୀଙ୍କ ସହଯୋଗୀ ମହିଳାଙ୍କ ଅସହାୟତାର ସୁଯୋଗ ନେଇ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡିତା ମହିଳା । ଛାଡପତ୍ର ଜନିତ କ୍ଷତିପୂରଣର ଲୋଭ ଦେଖାଇ ଦୁଷ୍କର୍ମ କରିଥିବାର ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା । ଦୁଇଥର ବାହାକୁ ନେଇ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବାର କହିଛନ୍ତି ପୀଡ଼ିତା ଜଣକ ।  ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଜଣକ ଫେରାର୍‌ ରହିଥିବାବେଳେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣାରେ ରକ୍ଷକ ଭକ୍ଷକ ସାଜିଛନ୍ତି । ସମ୍ପୃକ୍ତ ମହିଳାଜଣଙ୍କୁ କ୍ଷତି ପୂରଣ ଦେବାର ଆଶା ଦେଖାଇ ତାଙ୍କ ସହ ଏପରି ଅମାନବୀୟ କାଣ୍ଡ ଘଟାଇଛନ୍ତି ଓକିଲଙ୍କ ସହଯୋଗୀ ଜଣକ ।

Related posts