ଜଲିଉଡ୍ ଚନ୍ଦନ ଆୱାର୍ଡ଼-୨୦୨୦ : ବାସନ୍ତୀ, ସାଗରିକା ପାଇବେ ଶ୍ରେଷ୍ଠ ନାୟିକା ଓ ଚରିତ୍ର ଅଭିନେତ୍ରୀ ସମ୍ମାନ

Published: Feb 9, 2020, 12:57 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର : ‘ପ୍ରେରଣା ଗ୍ରୀନ୍ ଆର୍ମି’ ଓ ‘ବୀର ମହାସଂଘ’ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଜଲିଉଡ୍ ଚନ୍ଦନ ଆୱାର୍ଡ଼ ସମ୍ମାନ ପ୍ରଦାନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି  । ଏହି ଉତ୍ସବ ଅବସରରେ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ  ମନୋରଞ୍ଜନର ପୁରାତନ କଳା ଅପେରା ଜଗତର ଅଭିନେତା, ଅଭିନେତ୍ରୀ, ଲେଖକ, ମାଲିକ, ନିର୍ଦ୍ଦେଶକମାନଙ୍କର ଏକ ପରିଚିତ ପୁସ୍ତକ ‘ଅପେରା ଦର୍ପଣ’ ବହୁ ଶୀଘ୍ର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ପ୍ରେରଣା ଗ୍ରୀନ୍ ଆର୍ମି’ ପକ୍ଷରୁ ପ୍ରକାଶ ପାଇବ ବୋଲି ପ୍ରକାଶ କରିଛନ୍ତି।

ଏହି ସଭାରେ ଅତିଥି ରୂପେ ପୂର୍ବତନ ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ , ଆମେରିକୀୟ ନାଟ୍ୟକାର ଜନ୍ ହିମ୍‌ସ, ବିଶିଷ୍ଟ ପରିବେଶ ବିଜ୍ଞାନୀ ହୁପେନ୍ ନାଗରିକା, ଓଡ଼ିଶା ବୀର ମହାସଂଘରର ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନ, ଜାତୀୟ ସମରକଳା ମହାସଂଘର ସମ୍ପାଦକ ଅବନୀ ଜେନା, ରାଜ୍ୟ ଶିକ୍ଷକନେତା ରମାକାନ୍ତ ମହାପାତ୍ର, ଗ୍ରୀନ୍ କମାଣ୍ଡାଣ୍ଟ ନିରଞ୍ଜନ ସାହୁ, ଆଚିଭର ଫାଉଣ୍ଡେସନର ନିର୍ଦ୍ଦେଶିକା ଅରୁନ୍ଧତୀ ସୁନ୍ଦରାୟ, ଅଭିନେତା ଦିବ୍ୟ ନାରାୟଣ ସ୍ୱାଇଁ, ସମାଜସେବୀ ଆଶିଷ ବରିସଲ, ନିଲୁ ଖୁଣ୍ଟିଆ, ପ୍ରଦୀପ୍ତ ରାଉତରାୟ, ଜଲିଲ୍ ଖାନ୍ ପ୍ରମୁଖ ଅତିଥି ରୂପେ ଯୋଗଦାନ କରିଥିଲେ । ଏହି ଅବସରରେ ୩୦ ଜଣ କଳାକାରଙ୍କୁ ସମ୍ମାନିତ କରାଯିବା ସହ ନୃତ୍ୟ, ସଙ୍ଗୀତ, ସଂଳାପ, ଅଭିନୟ ଆଦି ପ୍ରଦର୍ଶନ କରାଯାଇଥିଲା । ଏଥିସହିତ ବାସନ୍ତୀ ବାରେକ ଓ ସାଗରିକା ଦାସଙ୍କୁ ଆସନ୍ତା ୧୧ ତାରିଖ ଦିନ ଶ୍ରେଷ୍ଠ ନାୟିକା ଓ ଶ୍ରେଷ୍ଠ ଚରିତ୍ର ଅଭିନେତ୍ରୀ ଭାବେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଥିଲା ।

Related posts