ଆସ୍ଥା ବନାମ ମୌଳିକ ଅଧିକାର : ଶାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ଆସନ୍ତା 17ରୁ ପ୍ରତ୍ୟହ ଶୁଣାଣି

Published: Feb 10, 2020, 1:04 pm IST

ଆସ୍ଥା-ପରମ୍ପରା ବନାମ ମୌଳିକ ଅଧିକାର ମାମଲାର ଶୁଣାଣି କରିଛନ୍ତି ସୁପ୍ରିମ୍‌କୋର୍ଟ । ଶାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ଉଠୁଥିବା ଆଇନଗତ ପ୍ରଶ୍ନଗୁଡ଼ିକ ବୃହତ୍ତର ଖଣ୍ଡପୀଠକୁ ପଠାଯାଇ ଏହାର ବିଚାର କରାଯିବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି ।  ଭାରତର ପ୍ରଧାନ ବିଚାରପତି ଏସ୍‌. ଏ. ବୋବଡ଼େଙ୍କ ନେତୃତ୍ୱାଧୀନ ୯ଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠଙ୍କ ଆଗରେ ଆସନ୍ତା 17 ତାରିଖଠାରୁ ପ୍ରତ୍ୟେହ ଶୁଣାଣି ଆରମ୍ଭ ହେବ। ବହୁ ଚର୍ଚ୍ଚିତ ଶାବରୀମାଳା ମାମଲାର ଶୁଣାଣି ପାଇଁ  ସାତଟି ପ୍ରଶ୍ନ ମଧ୍ୟ ପ୍ରସ୍ତୁତ କରାଯାଇଛି । ଏହି ଆଧାରରେ ଏହି ମାମଲାରେ ଶୁଣାଣି ଆରମ୍ଭ କରାଯିବ । ସୁପ୍ରିମ୍‌କୋର୍ଟଙ୍କ ତରଫରୁ ପ୍ରସ୍ତୁତ କରାଯାଇଥିବା ସତୋଟି ପ୍ରଶ୍ନଗୁଡ଼ିକ ମଧ୍ୟରେ ରହିଛି –

  • ଧାର୍ମିକ ସ୍ବତନ୍ତ୍ରତାର ଆଧାର କ’ଣ ?
  • ପରମ୍ପରା ବିରୋଧୀ ଧାର୍ମିକ ସ୍ବତନ୍ତ୍ରତା ଓ ଧାର୍ମିକ ସମ୍ପ୍ରଦାୟଙ୍କ ମାନ୍ୟତା ଅନୁସାରେ ସ୍ବତନ୍ତ୍ରତା କ’ଣ ଅଟେ
  • ମୌଳିକ ଅଧିକାରରେ କ’ଣ ଧାର୍ମିକ ସମ୍ପ୍ରଦାୟ ଅନ୍ତର୍ଗତ କି ନୁହେଁ ?
  • ଧାର୍ମିକ ସ୍ବତନ୍ତ୍ରତା ବ୍ୟବହାରରେ ‘ନୈତିକତା’ କ’ଣ ?
  • ଧାର୍ମିକ ପ୍ରସଙ୍ଗରେ ନ୍ୟାୟିକ ସମୀକ୍ଷା କ’ଣ ପାଇଁ ଆବଶ୍ୟକ ?
  • ଅନୁଚ୍ଛେଦ 25(2) (ବି) ଆଧାରରେ ‘ହିନ୍ଦୁ- ଏକ ବର୍ଗ’ର ଅର୍ଥ କ’ଣ ?
  • ଯଦି କେହି ବ୍ୟକ୍ତି ଧାର୍ମିକ ସମୂହ ସହ ସଂଶ୍ଲିଷ୍ଟ ଅଛନ୍ତି, ତେବେ ସେ ସେହି ସମୂହ ଦ୍ବାରା କରାଯାଇଥିବା ପ୍ରଥାକୁ ଚ୍ୟାଲେଞ୍ଜ କରି ଜନ ହିତରେ ଯାଚିକା ଦାୟର କରିପାରିବ କି ନାହିଁ ?

Related posts