Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥ ମଧ୍ୟରେ ପ୍ରଭାବିତ ହେଉଥିବା ଟ୍ରେନ ସମ୍ବନ୍ଧରେ ଗୁରୁତ୍ବପୂର୍ଣ୍ଣ ସୂଚନା
ଆଜିର ଖବର

ପୂର୍ବତଟ ରେଳପଥ ମଧ୍ୟରେ ପ୍ରଭାବିତ ହେଉଥିବା ଟ୍ରେନ ସମ୍ବନ୍ଧରେ ଗୁରୁତ୍ବପୂର୍ଣ୍ଣ ସୂଚନା

February 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଉତ୍ତର, କେନ୍ଦ୍ରୀୟ ଓ ଦକ୍ଷିଣ ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ କରାଯିବା ପାଇଁ ପୂର୍ବତଟ ରେଳପଥକୁ ଏବଂ ଏହାର ପରିସୀମାରୁ ଛାଡିବାକୁ ଥିବା କେତେକ ଟ୍ରେନ ବାତିଲ, ଆଂଶିକ ବାତିଲ ଓ ମାର୍ଗ ପରିବର୍ତ୍ତନ ହୋଇ ଚଳାଚଳ କରିବ।

ଉତ୍ତର ରେଳପଥର ହଜରତ ନିଜାମୁଦ୍ଦିନ-ପାଲୱାଲ ଷ୍ଟେସନ ମଧ୍ୟରେ, କେନ୍ଦ୍ରୀୟ ରେଳପଥର ସୋଲାପୁର ରେଳମଣ୍ଡଳରେ ଏବଂ ଦକ୍ଷିଣ ପଶ୍ଚିମ ରେଳପଥର ବାଙ୍ଗାଲୋର ରେଳମଣ୍ଡଳରେ ରେଳ ଭିତ୍ତିଭୂମି କାର୍ଯ୍ୟକ୍ଷମ କରିବା ପାଇଁ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ପୂର୍ବତଟ ରେଳପଥକୁ ଆସୁଥିବା ଏବଂ ଏହାର ପରିସୀମାରୁ ଛାଡିବାକୁ ଥିବା କେତେକ ଟ୍ରେନ ବାତିଲ, ଆଂଶିକ ବାତିଲ ଓ ମାର୍ଗ ପରିବର୍ତ୍ତନ ହୋଇ ଚଳାଚଳ କରିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିମ୍ନ ଅନୁଯାୟୀ ସ୍ଥିର କରାଯାଇଅଛି।

ବାତିଲ ହେବାକୁ ଥିବା ଟ୍ରେନ:      

୦୧୮୦୭/୧୨୮୦୮ ବିଶାଖାପାଟଣା-ନିଜାମୁଦ୍ଦିନ-ବିଶାଖାପାଟଣା ସମତା ଏକ୍ସପ୍ରେସ ଭୟ ରାୟଗଡା-ଟିଟିଲାଗଡ଼-ରାଇପୁର ବିଶାଖାପାଟଣା ଠାରୁ ଫେବୃୟାରୀ ମାସ ୨୭ ତାରିଖ ଦିନ ଏବଂ ନିଜାମୁଦ୍ଦିନ ଠାରୁ ୨୯ ତାରିଖ ଦିନ ଉଭୟ ଦିଗରୁ ବାତିଲ ରହିବ।

ଆଂଶିକ ବାତିଲ ହେବାକୁ ଥିବା ଟ୍ରେନ: 

୧୮୫୧୯/୧୮୫୨୦ ବିଶାଖାପାଟଣା-ମୁମ୍ବାଇ ଏଲ.ଟି.ଟି.-ବିଶାଖାପାଟଣା ଏକ୍ସପ୍ରେସ ବିଶାଖାପାଟଣା ଠାରୁ ଫେବୃୟାରୀ ମାସ ୧୮ ରୁ ୨୫ ତାରିଖ ଏବଂ ଏଲ.ଟି.ଟି. ଠାରୁ ଫେବୃୟାରୀ ମାସ ୧୯ ରୁ ୨୬ ତାରିଖ ମଧ୍ୟରେ ଉଭୟ ଦିଗରୁ ପୁନେ ଓ ଏଲ.ଟି.ଟି ମଧ୍ୟରେ ବାତିଲ ରହିବ ଏବଂ ଏହା ସିକନ୍ଦରାବାଦ-ଲଟୁର ରୋଡ଼-କୁର୍ଦୁଭାଡ଼ି-ଦୋଣ୍ଡ ଷ୍ଟେସନ ମାର୍ଗରେ ଚଳାଚଳ କରିବ।

ଭୁବନେଶ୍ୱର ଠାରୁ ୧୬ ତାରିଖରେ ଛାଡିବାକୁ ଥିବା ଏବଂ ବାଙ୍ଗାଲୋର ଠାରୁ ୧୭ ତାରିଖରେ ଛାଡିବାକୁ ଥିବା ୧୮୪୬୩/୧୮୪୬୪ ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ ଉଭୟ ଦିଗରୁ ଭୁବନେଶ୍ୱର ଓ ସତ୍ୟସାଇ ପ୍ରଶାନ୍ତି ନିଳୟମ ମଧ୍ୟରେ ଚଳାଚଳ କରିବ ଏବଂ ସତ୍ୟସାଇ ପ୍ରଶାନ୍ତି ନିଳୟମ ଓ ବାଙ୍ଗାଲୋର ମଧ୍ୟରେ ବାତିଲ ରହିବ।

ମିରଟ ସିଟି-ଖୁରଜା-ଆଗ୍ରା କ୍ୟାଣ୍ଟ ମାର୍ଗ ଦେଇ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବାକୁ ଥିବା ଟ୍ରେନ :

୧୮୪୭୮/ ୧୮୪୭୭ ହରିଦ୍ୱାର-ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ ହରିଦ୍ୱାର ଠାରୁ ଫେବୃୟାରୀ ମାସ ୨୬, ୨୮, ୨୯ ଓ ମାର୍ଚ୍ଚ ମାସ ପହିଲା ଦିନ ଏବଂ ପୁରୀ ଠାରୁ ଫେବୃୟାରୀ ମାସ ୨୬ ଓ ୨୮ ତାରିଖ ଦିନ ପରିବର୍ତ୍ତିତ ମାର୍ଗ ମିରଟ ସିଟି-ଖୁରଜା-ଆଗ୍ରା କ୍ୟାଣ୍ଟ ମାର୍ଗରେ ଚଳାଚଳ କରିବ।

ସିକନ୍ଦରାବାଦ-ବିକାରାବାଦ-ଲାଟୁର ରୋଡ଼-କୁର୍ଦୁଭାଡ଼ି-ଦୌଣ୍ଡ ମାର୍ଗ ଦେଇ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବାକୁ ଥିବା ଟ୍ରେନ :      

୧୧୦୨୦/୧୧୦୧୯ ଭୁବନେଶ୍ୱର-ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ ଫେବୃୟାରୀ ମାସ ୧୮ ରୁ ୨୫ ତାରିଖ ମଧ୍ୟରେ ଉଭୟ ପାର୍ଶ୍ୱରୁ ପରିବର୍ତ୍ତିତ ମାର୍ଗ କନ୍ଦରାବାଦ-ବିକାରାବାଦ-ଲାଟୁର ରୋଡ଼-କୁର୍ଦୁଭାଡ଼ି-ଦୌଣ୍ଡ ମାର୍ଗ ଦେଇ ଚଳାଚଳ କରିବ।

୨୨୮୮୧/୨୨୮୮୨ ପୁନେ-ଭୁବନେଶ୍ୱର-ପୁନେ ଏକ୍ସପ୍ରେସ ଭୁବନେଶ୍ୱର ଠାରୁ ଫେବୃୟାରୀ ମାସ ୧୮ ଓ ୨୫ ତାରିଖ ଏବଂ ପୁନେ ଠାରୁ ୨୦ ତାରିଖ ଦିନ ଉଭୟ ପାର୍ଶ୍ୱରୁ ପରିବର୍ତ୍ତିତ ମାର୍ଗ କନ୍ଦରାବାଦ-ବିକାରାବାଦ-ଲାଟୁର ରୋଡ଼ ଓ କୁର୍ଦୁଭାଡ଼ି ମାର୍ଗ ଦେଇ ଚଳାଚଳ କରିବ। (ଏଜେନ୍ସି)

 

eastcoastrailway traincancelled
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୨୨ ତାରିଖ ରବିବାରରେ ଏହି ରାଶି ଉପରେ ଶନିଦେବ ଅଛନ୍ତି ଖୁସି

February 22, 2026

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026
Latest News

ଆଜି ଫେବୃୟାରୀ ୨୨ ତାରିଖ ରବିବାରରେ ଏହି ରାଶି ଉପରେ ଶନିଦେବ ଅଛନ୍ତି ଖୁସି

February 22, 2026

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.