କନ୍ୟା ନାବାଳିକା ଥିବାରୁ ବର ଶିଶୁପାଳ ହୋଇ ଫେରିଲା

Published: Feb 15, 2020, 8:55 am IST

 

ସୋର : ସୋରର ବହନାଗା ବ୍ଲକ୍‌ ସାଙ୍ଗରପୁର ଅଞ୍ଚଳରେ ଜଣେ ବର ଶିଶୁପାଳ ହୋଇ ଫେରିଛି । କନ୍ୟା ନାବାଳିକା ଥିବାରୁ ବର ଶିଶୁପାଳ ହୋଇ ଫେରିଲେ । କନ୍ୟା ନାବାଳିକା ଥିବାରୁ ଚାଇଲ୍ଡ ଲାଇନ୍‌ ଏହି ବାହାଘରକୁ ବନ୍ଦ କରିଛି । ବାଣ ରୋଷଣୀ ସହ ପ୍ରୋସେସନ୍‌ରେ ଆସିଥିବା ବର ସହ ବରଯାତ୍ରୀ ବିବାହ ନ କରି ଫେରିଯାଇଛନ୍ତି । ଆଜି ବି କିଛି ଅଞ୍ଚଳରେ ବାଲ୍ୟ ବିବାହ ହେଉଥିବାର ସୂଚନା ମିଳୁଛି । ଚଳିତ ବଜେଟ୍‌ରେ ମାତୃ ମୃତ୍ୟୁହାର କମାଇବା ନେଇ ମହିଳାଙ୍କ ବିବାହ ବୟସ ସ୍ଥିର ହେବାକୁ ରହିଛି । ସର୍ବନିମ୍ନ ବୟସ 21 ବର୍ଷ କରାଯିବାକୁ ନେଇ ଯୋଜନା ରହିଥିବାବେଳେ ଅନେକ ଜାଗାରେ ବାଲ୍ୟ ବିବାହ ପରି ଘଟଣା ଦେଖିବାକୁ ମିଳୁଛି ।

Related posts